ପୁରୀ: ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଗୁରୁବାର ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଥିବାରୁ ବାଲୁକା କଳାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମାନସ । ତାଙ୍କ ବାଲୁକା କଳାରେ ରହିଛି ପ୍ରଭୁ ଶ୍ରୀ ହନୁମାନଙ୍କ ମୂର୍ତ୍ତି ।
ବାଲୁକା କଳାରେ ମାନସଙ୍କ ଶୁଭେଚ୍ଛା । ପୁରୀର ଲାଇଟ ହାଉସ ବେଳାଭୂମିରେ ଏହି ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରାଯାଇଛି । ଶ୍ରୀ ହନୁମାନ ସଙ୍କଟ ମୋଚନ ହୋଇଥିବାରୁ କରୋନା ବିପଦରୁ ପୃଥିବୀକୁ ରକ୍ଷା କରି ପୁଣିଥରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା ଶିଳ୍ପୀ ମାନସ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ନୂଆ ବର୍ଷ ଶୁଭେଚ୍ଛା ଜଣାଇଲେ ପଦ୍ଣଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୭ ଫୁଟ ଓସାର ବିଶିଷ୍ଟ ଏହି ବିଶାଳ ବାଲୁକା କଳାରେ ୧୨ ଟନ ବାଲି ବ୍ୟବହାର କରାଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି । ଅନ୍ୟପଟେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ବାଲୁକା କଳାରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଆଙ୍କିବା ସହିତ ଓଡ଼ିଆ ନବବର୍ଷର ଅଭିନନ୍ଦନ ବୋଲି ଲେଖିଛନ୍ତି ।
Comments are closed.