Latest Odisha News

BREAKING NEWS

ବର୍ଷା ପୂର୍ବରୁ ନଦୀପଠାରୁ ଖାଲି ହେଉଛି ବାଲି;୫ଦିନରେ ଜବତ ହେଲାଣି ୪ କୋଟି ଟଙ୍କାର ବାଲି

ଜଗତସିଂହପୁର:ପୁଣି ବେଆଇନ ଗଚ୍ଛିତ ବାଲି ଜବତ । ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ତାର୍ତ୍ତୋଲ ନିକଟରେ ଉପଜିଲ୍ଲାପାଳଙ୍କ ଚଢ଼ାଉବେଳେ ୪ଶହ ଟ୍ରିପ ବେଆଇନ ଗଚ୍ଛିତ ଥିବା ବାଲି ଜବତ ହୋଇଛି। ଜବତ ବାଲିର ମୂଲ୍ୟ ଆନୁମାନିକ ଏକ କୋଟି ଟଙ୍କା ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସୂଚନାଥାଉକି ୫ ଦିନରେ ଜବତ ହେଲାଣି ୪ କୋଟିରୁ ଅଧିକ ଟଙ୍କାର ବାଲି ।

ଗତ ମଙ୍ଗଳବାର ଦିନ ନାଉଗାଁ ତହସିଲ ବୋଦର ଓ ଏରଡା ଠାରେ ଚଢ଼ାଉ କରି ୯୦୦ ଟ୍ରିପରୁ ଅଧିକ ବାଲି ଜବତ କରାଯାଇଥିଲା। ଏହି ଘଟଣାରେ ଜିଲ୍ଲାପାଳ ନାଉଗାଁ ତହସିଲଦାର ଅକ୍ଷୟ ବଡୁ ଓ ନୂଆପାରି ଆରଆଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ପୂର୍ବରୁ ମଧ୍ୟ ବିରିଡି ତହସିଲ ଶଙ୍ଖାରିସାହି ଠାରେ ଚଢ଼ାଉ କରି ଉପଜିଲ୍ଲାପାଳ ୫ଶହ ଟ୍ରିପରୁ ଅଧିକ ବାଲି ଜବତ କରିଥିଲେ।

Leave A Reply

Your email address will not be published.