ଭୁବନେଶ୍ୱର:ମେଣ୍ଢାଶାଳ ଗୁରୁକୂଳ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ୍ ବୁଧବାର ଉଦଘାଟିତ ହୋଇଯାଇଛି । ସନ୍ଦୀପଙ୍କ ବାପା ଜେ.ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଟେନିସ ଆସୋସିଏଶନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ୱାରା ଏହି ଚାମ୍ପିୟନଶିପ ଉଦଘାଟିତ ହୋଇଥିଲା । ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ୧୬ ବର୍ଷରୁ କମ୍ ବାଳକ,୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଡବଲ୍ସରେ ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ପ୍ରତିଯୋଗୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ୧,୭୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।
ଉଦଘାଟନୀ ଦିବସରେ ପୁରୁଷ ସିଙ୍ଗଲ୍ସରେ କୁମାର ଅନୁରାଗ ଶରଣ, ଅଭିଳାଷ ମିଶ୍ର, ଆଦିତ୍ୟ ମହାପାତ୍ର, ସତୀର୍ଥ ପଟ୍ଟନାୟକ,ଷ୍ଟିଭେନ ଅଙ୍କିତ ଇକ୍କା, ସନ୍ତୋଷ କୁମାର ମଲିକ, ମୋଧୀର ଗୋୟଲ, ପ୍ରତ୍ୟୁଷ ମହାନ୍ତି, ଗୋବିନ୍ଦ ବିଶ୍ୱାସ, ପ୍ରଣେଶ ସାହୁ, ଆଦିତ୍ୟ ଶତପଥୀ, ଆଶୀଷ କୁମାର ପରିଡା, ବିବେକ ମହାନନ୍ଦ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି । ପୁରୁଷ ଡବଲ୍ସରେ କବିର ହନ୍ସ-ପ୍ରତ୍ୟୁଷ, ସତୀର୍ଥ-ଦେବାଶୀଷ, ଅଭିଳାଷ-ଲଲାଟେନ୍ଦୁ, ଅନୁରାଗ-ଆଦିତ୍ୟ, ସନ୍ତୋଷ-ଅର୍ଜୁନ, ଚିନ୍ମୟ-ଅଜୟ ବିଜୟ ସହ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
BREAKING NEWS
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
Comments are closed.