ଭୁବନେଶ୍ୱର:ମେଣ୍ଢାଶାଳ ଗୁରୁକୂଳ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ୍ ବୁଧବାର ଉଦଘାଟିତ ହୋଇଯାଇଛି । ସନ୍ଦୀପଙ୍କ ବାପା ଜେ.ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଟେନିସ ଆସୋସିଏଶନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ୱାରା ଏହି ଚାମ୍ପିୟନଶିପ ଉଦଘାଟିତ ହୋଇଥିଲା । ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ୧୬ ବର୍ଷରୁ କମ୍ ବାଳକ,୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଡବଲ୍ସରେ ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ପ୍ରତିଯୋଗୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ୧,୭୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।
ଉଦଘାଟନୀ ଦିବସରେ ପୁରୁଷ ସିଙ୍ଗଲ୍ସରେ କୁମାର ଅନୁରାଗ ଶରଣ, ଅଭିଳାଷ ମିଶ୍ର, ଆଦିତ୍ୟ ମହାପାତ୍ର, ସତୀର୍ଥ ପଟ୍ଟନାୟକ,ଷ୍ଟିଭେନ ଅଙ୍କିତ ଇକ୍କା, ସନ୍ତୋଷ କୁମାର ମଲିକ, ମୋଧୀର ଗୋୟଲ, ପ୍ରତ୍ୟୁଷ ମହାନ୍ତି, ଗୋବିନ୍ଦ ବିଶ୍ୱାସ, ପ୍ରଣେଶ ସାହୁ, ଆଦିତ୍ୟ ଶତପଥୀ, ଆଶୀଷ କୁମାର ପରିଡା, ବିବେକ ମହାନନ୍ଦ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି । ପୁରୁଷ ଡବଲ୍ସରେ କବିର ହନ୍ସ-ପ୍ରତ୍ୟୁଷ, ସତୀର୍ଥ-ଦେବାଶୀଷ, ଅଭିଳାଷ-ଲଲାଟେନ୍ଦୁ, ଅନୁରାଗ-ଆଦିତ୍ୟ, ସନ୍ତୋଷ-ଅର୍ଜୁନ, ଚିନ୍ମୟ-ଅଜୟ ବିଜୟ ସହ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
BREAKING NEWS
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
Comments are closed.