Latest Odisha News

ଜାଭେଦ ମୋତେ ଯେତେ କଥା ଶୁଣାଉଛନ୍ତି, ପୁଅକୁ ମିର୍ଜାପୁର ନେଇ କାହିଁକି କହୁ ନ ଥିଲେ: ସନ୍ଦୀପ

ମୁମ୍ବାଇ: ଆନିମଲ ଫିଲ୍ମର ସଫଳତା ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବେଶ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି ଫିଲ୍ମ ଯୋଗୁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏଥିନେଇ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଛି । ପ୍ରତିଷ୍ଠିତ ଗୀତିକାର ଜାଭେଦ ଅଖତାର ଏହି ଫିଲ୍ମ ମାଧ୍ୟମରେ ସ୍ତ୍ରୀ ଦ୍ୱେଷ ବଢ଼ିବ ବୋଲି କହି ସନ୍ଦୀପଙ୍କୁ ଟାର୍ଗେଟ କରିଥିଲେ । ଏବେ ଆନିମଲ ନିର୍ଦ୍ଦେଶକ ଏ ନେଇ ମୁହଁ ଖୋଲିଛନ୍ତି । ଯଦି ଜାଭେଦଙ୍କ ମନରେ ଏ ଭଳି ଚିନ୍ତାଧାରା ଥିଲା ତେବେ ସେ କାହିଁକି ତାଙ୍କ ପୁଅ ଫରହାନ ଅଖତାରଙ୍କୁ ମିର୍ଜାପୁର ନେଇ କିଛି କହିଲେ ନାହିଁ ।

ଆମ ଫିଲ୍ମରେ ଯାହା ନ ଥିବ ମିର୍ଜାପୁରର ଗୋଟିଏ ଶୋରେ ତାଠାରୁ ଅନେକ କିଛି ରହିଛି । ଆପଣମାନେ ଏହି ଫିଲ୍ମ ଦେଖିପାରିବେ ନାହିଁ । ଜଣେ ଜ୍ଞାନୀ ଗୁଣୀ ଲୋକ ଭାବେ ତାଙ୍କ ମାପଦଣ୍ଡ ସମାନ ରହିବା ଉଚିତ । ସୂଚନା ଯୋଗ୍ୟ, ରଣବୀର କାପୁର ଅଭିନୀତ ଆନିମଲ ଥିଏଟରରେ କମାଲ କରିବା ପରେ ଏବେ ଓଟିଟିରେ ମଧ୍ୟ ଧମାଲ କରୁଛି ।

Comments are closed.