Latest Odisha News

BREAKING NEWS

କରୋନା ନିଆଁରେ ଝାସ ଦେଲେ କୋଭିଡ ଯୋଦ୍ଧା; ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏମ୍ସର ପରିମଳ ମୁଖ୍ୟ

ନୂଆଦିଲ୍ଲୀ: କରୋନା ନିଆଁରେ ଝାସ ଦେଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧା । ନୂଆଦିଲ୍ଲୀ ସ୍ଥିତ ଏମ୍ସର ବରିଷ୍ଠ ପରିମଳ ପର୍ଯ୍ୟବେକ୍ଷକ ହୀରା ଲାଲଙ୍କର ସୋମବାର ଦିନ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ଘଟିଛି।

ହୀରା ଲାଲ ଗତ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ତାଙ୍କୁ ଛୁଟିରେ ଯିବାକୁ କୁହାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟର ଲଗାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ତେବେ ସୋମବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।

ଏମ୍ସର ସମ୍ପୂର୍ଣ୍ଣ ପରିମଳ ବ୍ୟବସ୍ଥାକୁ ପରିଚାଳନା କରୁଥିବା ହୀରା ଲାଲଙ୍କର ନଥିଲା ନିଜକୁ ବଞ୍ଚାଇ ରଖିବାର ରୋଗ ପ୍ରତିରୋଧକ ଶକ୍ତି । ତାଙ୍କର କାମ ଯୋଗୁଁ ତାଙ୍କୁ ସର୍ବଦା ଡିସ ଇନଫେକସନ କର୍ମଚାରୀ, କ୍ଲିନର୍ସ ଏବଂ ୱାର୍ଡବୟ ମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବାକୁ ପଡୁଥିଲା। ହୀରା ଲାଲଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ଏମ୍ସର ସମସ୍ତ ବରିଷ୍ଠ ଡାକ୍ତରୀ ଦଳ।

Comments are closed.