Latest Odisha News

BREAKING NEWS

ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’

କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା।

ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ ନିଜ ପୂର୍ବ ପ୍ରେମିକ ସହ ମିଶି ବାରମ୍ବାର ଛୋଟ ଛୋଟ କଥାରେ ପିଲାଟିକୁ ମାରାମାରି କରନ୍ତି ।

ସୂତ୍ରରୁ ପ୍ରକାଶ ଯେ ରବିବାର ଦିନ ମନୁ ପିଲାଟିକୁ ଲୁହା ରଡରେ ପିଟିଥିଲେ। ସୂଚନା ମିଳିବା ପରେ କଟକ ଚାଇଲଡ଼ କନଭେନର ନାରାୟଣ ଶୁକ୍ଲାଙ୍କ ନେତୃତ୍ୱରେ କଟକ ଚାଇଲଡ଼ ଲାଇନ ସଦସ୍ୟମାନେ ମାର୍କତ ନାଗର ପୋଲିସ ଷ୍ଟେସନ ଅଧୀନରେ ଥିବା ମନୁଙ୍କ ଘରକୁ ଯାଇ ଶିଶୁଟିକୁ ଉଦ୍ଧାର କରିଥିଲେ।

ଚାଇଲଡ଼ ଲାଇନ ଦ୍ୱାରା କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ମନୁଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପ୍ରେମିକ ଖସି ପଳାଇଛନ୍ତି।

Leave A Reply

Your email address will not be published.