ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଦତ୍ତ ସ୍ୱର୍ଗତ ଅଭିନେତ୍ରୀ ମାତା ରିଚା ଶର୍ମାଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବପ୍ରବଣ ହୋଇଗଲେ। ତେବେ ଏହା ପ୍ରଥମଥର ନିହେଁ ଯେ ତ୍ରିଶଲା ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀଙ୍କ ପରିବାର ସହିତ ଫଟୋ ସେୟାର କରାଯାଇଛି।
ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଇଷ୍ଟାଗ୍ରାମରେ ଷ୍ଟୋରୀରେ ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତ୍ରିଶଲାଙ୍କ ମାଆ ଅଭିନେତ୍ରୀ ରିଚା ଶର୍ମା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋରେ ରିଚା ଶର୍ମା ହସୁଥିବା ବେଳେ ଏହି ଫଟୋରେ ତ୍ରିଶଲା ମାଇ ମମି ଲେଖିଛନ୍ତି। ଏହି ଫଟୋକୁ ଦେଖି ଅଭିନେତ୍ରୀ ରିଚାଙ୍କ ସୌନ୍ଦର୍ଯ୍ୟର ବର୍ଣ୍ଣାନା ଯେତେ କରିବା ସେତେ କମ ହେବ।
ଉଲ୍ଲେଖନୀୟ କଥା ହେଉଛି, ରିଚା ଶର୍ମା ଜଣେ ଅଭିନେତ୍ରୀ ଏବଂ ମଡେଲ ଥିଲେ। ଯଦିଓ ପ୍ରଶଂସକମାନେ ତାଙ୍କୁ ସଞ୍ଜୟ ଦତ୍ତଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଜାଣିଛନ୍ତି। ସେ ୧୯୮୭ ମସିହାରେ ଅଭିନେତାଙ୍କୁ ବିବାହ କରିଥିଲେ। ୧୯୯୬ ମସିହାରେ ମସ୍ତିଷ୍କ ଟ୍ୟୁମର ହେତୁ ସେ ନିଜ ପ୍ରାଣ ହରାଇଲେ। ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲାଙ୍କ ବିଷୟରେ ଯଦି କହିବା ତେବେ ସେ ଜେଣେ ସାଇକୋଥେରାପିଷ୍ଟ। ତାଙ୍କର ମଧ୍ୟ ଫ୍ୟାନ ଫଲୋଇଂ ଅଧିକ ଅଛନ୍ତି। କେବଳ ଏତିକି ନୁହେଁ, ସେ ସୋସିଆଲ ମିଡିଆ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାଧାରା ବିଷୟରେ ଲୋକଙ୍କୁ ଅବଗତ କରାନ୍ତି। ଉଲ୍ଲେଖନୀୟ କଥା ହେଉଛି ୨୦୦୮ ରେ ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କୁ ବିବାହ କରିଥିଲେ। ସଞ୍ଜୟ ଏବଂ ମାନ୍ୟତାଙ୍କର ଯାଆଁଳା ସନ୍ତାନ ପୁଅ ଶାହରାନ୍ ଏବଂ ଝିଅ ଇକ୍ରା ଅଟନ୍ତି।
Comments are closed.