Latest Odisha News

ମଟନ୍ ପାଇଁ ଜିଦ୍ ଧରିଲେ ବରର ସାଙ୍ଗ, ବାହା ହେବାକୁ ମନା କରିଦେଲେ କନିଆଁ

ସମ୍ବଲପୁର: ସରିଥିଲା ବେଦୀ ବନ୍ଧା । ବାଜା ରୋଷଣୀ ଧରି କନିଆଁ ଘରେ ପହଞ୍ଚିଥିଲା ବର ।  ଆଉ ମାତ୍ର କେଇ ମୁହୂର୍ତ୍ତ ପରେ ପଡ଼ିଥାନ୍ତା ହାତଗଣ୍ଠି । ହାତକୁ ଦି ହାତ ହୋଇଥାନ୍ତେ ବର, କନିଆଁ । ହେଲେ ମଟନ୍ ପାଇଁ ସବୁକିଛି ଓଲଟ ପାଲଟ ହୋଇ ଯାଇଛି । ମାଂସ ପାଇଁ ବରଯାତ୍ରୀଙ୍କ ହୋ ହଲ୍ଲା ପରେ ବାହା ହେବାକୁ ମନା କରି ଦେଇଛି କନିଆଁ ।

ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସହର ଧମା ଥାନା ଅଞ୍ଚଳରେ । ଏପରିକି ମାଂସ ପାଇଁ କନିଆଁଙ୍କ ବାପା, ଦାଦା ଓ ବଡ଼ବାପା ଆଦି ବରଯାତ୍ରୀଙ୍କ ଗୋଡ଼ ତଳେ ପଡ଼ିଥିଲେ । କିନ୍ତୁ ନିଶାରେ ମସଗୁଲ୍ ଥିବା ବରପକ୍ଷ କିଛି ଶୁଣି ନଥିଲେ । ଏପରିକି ବର କହିଥିଲେ ବାହାଘର ସରିଲେ ମୁଁ ମାଂସ ଖାଇଥାନ୍ତି । କନିଆଁଙ୍କ ପରିବାର ପକ୍ଷରୁ ସମସ୍ତେ କ୍ଷମା ମାଗିବା ପରେ ବରଯାତ୍ରୀ କିଛି ଶୁଣି ନଥିଲେ ।

ଆଉ ଏସବୁ ଜାଣିବା ପରେ ମଙ୍ଗୁଳା କନ୍ୟା ସିଧା ସିଧା ବାହା ହେବାକୁ ମନା କରି ଦେଇଥିଲେ । ଶେଷରେ ବର ଶିଶୁପାଳ ହୋଇ ଫେରିଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କନିଆଁ । ସେ କହିଛନ୍ତି, ଯେଉଁମାନେ ମୋ ପରିବାରର ମୁରବୀକୁ ସମ୍ମାନ ଦେଉ ନାହାନ୍ତି, ମୋତେ କଣ ସମ୍ମାନ ଦେବେ । ଏବେ ଏହି ଘଟଣା ଖାଲି ସମ୍ବଲପୁର କାହିଁକି ଆଖପାଖ ଅଞ୍ଚଳରେ ବି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମସ୍ତେ କନିଆଁଙ୍କୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.