Latest Odisha News

BREAKING NEWS

କର୍କଟ ମୁକ୍ତ ହେଲେ ସଞ୍ଜୟ ଦତ୍ତ !

ମୁମ୍ବାଇ: ଚଳିତ ବର୍ଷ ଅଗଷ୍ଟ ମାସରେ ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟର ଶିକାର ହୋଇଥିବା ଖବର ସାମ୍‌ନାକୁ ଆସିଥିଲା। ଏହା ପରେ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଲାଭତୀ ଏବଂ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅନେକ ଥର ଚିକିତ୍ସା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସଦ୍ୟତମ ଖବର ଅନୁଯାୟୀ ସଞ୍ଜୟ ଦତ୍ତ ବର୍ତ୍ତମାନ କର୍କଟ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇସାରିଛନ୍ତି।

ରିପୋର୍ଟ ଅନୂଯାୟୀ ସଞ୍ଜୟ ଦତ୍ତଙ୍କ ଘନିଷ୍ଠ ବନ୍ଧୁ ତଥା ଗତ ଚାରି ଦଶନ୍ଧି ଧରି ଚଳଚ୍ଚିତ୍ର ବିତରଣ କ୍ଷେତ୍ରରେ ଜଣେ ଜଣାଶୁଣା ନାମ ରାଜ୍‌ ବନ୍‌ସଲ୍‌ କହିଛନ୍ତି ଯେ ସଞ୍ଜୟ ଦତ୍ତ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କର୍କଟ ମୁକ୍ତ।

ରାଜ ବନ୍‌ସଲ୍‌ କହିଛନ୍ତି, “ସଞ୍ଜୟ ଦତ୍ତ ଗତକାଲି ତାଙ୍କ ପେଟ୍‌ ସ୍କାନ ପାଇଁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନା ଯାଇଥିଲେ। ଡାକ୍ତର ତାଙ୍କୁ ଚେକ୍ ଅପ୍ କରିବା ପରେ କହିଥିଲେ ଯେ ସେ କର୍କଟ ରୋଗରୁ ମୁକ୍ତ। ସାରା ବିଶ୍ୱରେ ପେଟ୍‌ ସ୍କାନ୍ ଟେଷ୍ଟ୍‌କୁ କର୍କଟ ରୋଗ ପାଇଁ ସବୁଠାରୁ ପ୍ରାମାଣିକ ପରୀକ୍ଷା ଭାବରେ ବିବେଚନା କରାଯାଏ।

Comments are closed.