Latest Odisha News

BREAKING NEWS

ଫୁସ୍‌ଫୁସ୍‌ରେ ଲଗାତାର ଜମୁଛି ପାଣି, ତଥାପି ବିଦେଶ ଯିବେନି ସଂଜୟ ଦତ୍ତ !

ମୁମ୍ବାଇ: କିଛିଦିନ ପୂର୍ବରୁ ସଂଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷଣରେ ଜଣାପଡିଥିଲା ସେ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ସେବେଠୁ ଶୁଣିବାକୁ ମିଳିଥିଲା ଚିକିତ୍ସା ପାଇଁ ସେ ବିଦେଶ ଯିବେ । ହେଲେ ଶେଷରେ ମୁମ୍ବାଇରେ ରହି ସେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫୁସଫୁସରେ ଜମୁଛି ପାଣି !

ସଂଜୟଙ୍କ ଫୁସ୍‌ଫୁସ୍ କ୍ୟାନ୍ସର ଫୋର୍ତ ଷ୍ଟଜରେ ପହଂଚିଛି । ଏପରି ସ୍ଥିତିରେ ଚିକିତ୍ସାରେ ଡେରି କଲେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ପ୍ରାଥମିକ ଚିକିତ୍ସା ପାଇଁ ସଂଜୟ ଲଗାତାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କ ଫୁସ୍‌ଫୁସ୍‌ରୁ ଏ ପର୍ଯ୍ୟନ୍ତ ଦେଢ ଲିଟର ପାଣି ବାହାର କରାଯାଇଛି ।

କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବିଦେଶ ଯିବାକୁ ସେ ପ୍ରସ୍ତୁତ ହେଉଛନ୍ତି । ହେଲେ ସଂଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଡାକ୍ତରୀ ରିପୋର୍ଟ ଆଧାରରେ ତାଙ୍କ ଚିକିତ୍ସା କୋକିଲାବେନ୍ ହସ୍ପିଟାଲରେ ମଧ୍ୟ ହୋଇପାରିବ । ସ୍ତ୍ରୀ ମାନ୍ୟତାଙ୍କ ଅନୁସାରେ “ସଂଜୟ ମୁମ୍ବାଇରେ ହିଁ ଚିକିତ୍ସା କରିବେ । ତାଙ୍କ ରୋଗର ପୂର୍ବାନୁମାନ କରିବା ବଦଳରେ ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରିବା ପାଇଁ ସେ ନିବେଦନ କରିଛନ୍ତି । କରୋନା ସ୍ଥିତିରେ ସୁଧାର ଆସିଲେ ହିଁ ସଂଜୟ ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ପାଇଁ ବିଦେଶ ଯିବେ” ।

Leave A Reply

Your email address will not be published.