Latest Odisha News

କରୋନା ଟିକା ନେଲେ ଅଭିନେତା ସଂଜୟ ଦତ୍ତ

ନୂଆଦିଲ୍ଲୀ: କରୋନା ଟିକା ନେଲେ ଅଭିନେତା ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତ ମଙ୍ଗଳବାର ଦିନ ସେୟାର କରିଛନ୍ତି ଯେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଏକ ଟିକାକରଣ କେନ୍ଦ୍ରରେ ସେ କରୋନାଭାଇରସ ଟିକା ଗ୍ରହଣ କରିଛନ୍ତି।

୬୧ ବର୍ଷୀୟ ଅଭିନେତା ଟ୍ୱିଟରକୁ ଯାଇ ଟିକା ଦେଇଥିବା ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟ୍ ସହିତ ସେ ନିଜେ ଏକ ଡୋଜ ଗ୍ରହଣ କରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାପୂର୍ବରୁ ଅନେକ ବଲିଉଡ୍‌ କଳାକାର ଟିକାକରଣର ଅଂଶୀଦାର ହୋଇସାରିଲେଣି।

Comments are closed.