ମୁମ୍ବାଇ: ଧୂରନ୍ଧର ଫିଲ୍ମର ସଫଳତା ପରେ ସଂଜୟ ଦତ ତାଙ୍କ ଆଗାମୀ ଫିଲ୍ମ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଆରଏସଏସ ବିଚାରଧାରା ଉପରେ ନିର୍ମିତ ଫିଲ୍ମ ଆଖିର ସୱାଲରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ନିଖିଲ ନନ୍ଦ ଏହାର ନିର୍ମାତା ଥିବା ବେଳେ ଅଭିଜିତ ମୋହନ ବାରଙ୍ଗ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ପ୍ରଥମ ସିଡ୍ୟୁଲ ଶୁଟିଂ ସମ୍ପୂର୍ଣ୍ଣ ହୋଇଛି । ଜାନୁୟାରୀ ୬ରୁ ଏହାର ପରବର୍ତୀ ସିଡ୍ୟୁଲ ଆରମ୍ଭ ହେବ । ୨୦୧୩ ପରେ ସମୀରା ରେଡ୍ଡୀ ଏହି ଫିଲ୍ମ ମାଧ୍ୟମରେ ପ୍ରତ୍ୟାବର୍ତନ କରୁଛନ୍ତି ।
କୋଇ ପା ଚେ ଓ ସୁଲତାନ ଫିଲ୍ମରେ ଅଭିନୟ କରିଥିବା ଅମିତ ସାଧ ଏବଂ ଓୟେ ଲକି ଓୟୋ ଓ ଗରମା ମସାଲାର କଳାକାର ନୀତୁ ଚନ୍ଦ୍ରାଙ୍କ ବ୍ୟତୀତ ତ୍ରିୟା ଚୌଧୁରୀ ଓ ମିଥୁନ ଚକ୍ରବର୍ତିଙ୍କ ପୁଅ ନମାଶୀ ଚକ୍ରବର୍ତି ଏଥିରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ସମ୍ପର୍କରେ ବିଶେଷ ଖୁଲାସା କରାଯାଇ ନାହିଁ । ତେବେ ଆରଏସଏସ କାହିଁକି ଗଠନ ହେଲା ଏବଂ ଏହାର ଉଦ୍ଦେଶ୍ୟ କଣ ରହିଛି ତାହା ସମ୍ପର୍କରେ ଆଧାରିତ ହୋଇଥିବା ଅନୁମାନ କରାଯାଉଛି ।