Latest Odisha News

BREAKING NEWS

KGF-2′ ର ସୁଟିଂ ସେଟ୍‌ରେ ସକ୍ରିୟ ସଂଜୟ ଦତ୍ତ !

ମୁମ୍ବାଇ: ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ତଥାପି ହାର ମାନିନାହାନ୍ତି ଅନ୍‌ସ୍କ୍ରିନ୍ ମୁନ୍ନାଭାଇ ଓରଫ ସଂଜୟ ଦତ୍ତ । କେତେବେଳେ ଏୟାରପୋର୍ଟରେ ତାଙ୍କ ଫଟୋ ଭାଇରାଲ୍ ତ ପୁଣି କେତେବେଳେ ହେୟାର କଟିଂକୁ ନେଇ ଚର୍ଚ୍ଚା । ଏବେ ଫିଲ୍ମ କେଜିଏଫ୍‌-୨ର ସୁଟିଂ ଆରମ୍ଭ କରି ନିଜ ଫ୍ୟାନମାନଙ୍କୁ ଚକିତ କରିଛନ୍ତି ସଂଜୁ ବାବା ।

ଏକ ଫଟୋ ଶେୟାର କରି ସଂଜୟ କେଜିଏଫ-୨ର ସୁଟିଂ ପାଇଁ ପ୍ରସ୍ତୁତି ଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି । ଆଜିଠୁ ସେ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମରେ ସଂପୃକ୍ତ ହୋଇଛନ୍ତି । ଫିଲ୍ମରେ ୟଶ ଓ ସଂଜୟଙ୍କ କାଷ୍ଟିଂ କେମଷ୍ଟ୍ରୀକୁ ଦେଖିବା ଲାଗି ଦର୍ଶକ ଚାହିଁ ବସିଛନ୍ତି । ପ୍ରିକ୍ୱେଲ ଭଳି ସିକ୍ୱେଲରେ ୟଶ ନିଜ କିର୍ଦାରରେ ଆସୁଥିବାବେଳେ ସଂଜୟଙ୍କୁ ଅଧୀରା ଭୂମିକାରେ ଦେଖିବାକୁ ମିଳିବ ।

ପ୍ରଶାନ୍ଥ ନୀଲଙ୍କ ନିର୍ଦ୍ଦେଶିକ ଫିଲ୍ମ କେଜିଏଫ୍‌-୨ ଅକ୍ଟୋବର ମାସରେ ରିଲିଜ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ କରୋନା ମହାମାରୀ ପାଇଁ ବଦଳିଛି ରିଲିଜ ଡେଟ୍ । ସଂଜୟଙ୍କ ପୂର୍ବରୁ ଲିଡ୍ ଷ୍ଟାର ୟଶ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ସଂଜୟଙ୍କ ଫଟୋକୁ ଦେଖି ସେ ପ୍ରକୃତ ହିରୋ ବୋଲି ଲେଖିବାକୁ ଭୁଲିନଥିଲେ ।

ନିକଟରେ ସେଲୁନରେ ହେୟାର କଟିଂ ଭିଡିଓକୁ ନେଇ ସଂଜୟ ଚର୍ଚ୍ଚାକୁ ଆସିଥିଲେ । ଅନ୍ୟପଟେ ଫିଲ୍ମ କେଜିଏଫ-୨ର ସୁଟିଂ ଫୁଲ୍ ସ୍ପିଡ୍‌ରେ ଚାଲୁଥିବାବେଳେ ଖୁବଶୀଘ୍ର ରିଲିଜ ହେବାର ସମ୍ଭାବନା ରହିଛି । ତେବେ ଥିଏଟର ଖୋଲିଥିଲେ ବି ଫିଲ୍ମଟି ଓଟିଟି ପ୍ଲାଟଫର୍ମ କି ସିନେମା ହଲରେ ରିଲିଜ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.