Latest Odisha News

BREAKING NEWS

ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ “ଦି ଭୂତନି”, ଫ୍ୟାନ୍ସ ଉତ୍ସାହିତ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। ପ୍ରତ୍ୟେକ ଥର ନିଜର ଦମଦାର ଅଭିନୟ ଦେଖାଇ ସେ ଫ୍ୟାନ୍ସଙ୍କ ମନ କିଣନ୍ତି। ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ “ଦି ଭୂତନି”ର ଟିଜର ରିଲିଜ୍ ହୋଇଛି। ଏଥିସହ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି। ଟିଜର ଦେଖିବା ପରେ, ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରି ରହିଛି।

‘ଦି ଭୂତନି’ରେ ସଞ୍ଜୟ ଦତ୍ତଙ୍କ ସହ ମୌନି ରୟ, ପଲକ ତିୱାରୀ ଏବଂ ସନି ସିଂହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ପ୍ରେମ କାହାଣୀ। ଯେଉଁଥିରେ ମୌନି ରୟ ଜଣେ ଭୂତ ଭୂମିକାରେ ନଜର ଆସିବେ। ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଶୁକ୍ରବାର୧୮ ତାରିଖ, ପୂର୍ବରୁ କେବେ ଦେଖିନଥିବା ହରର, ଆକ୍ସନ୍ ଏବଂ କମେଡି ପାଇଁ ପ୍ରସ୍ତୁତ ହେଇ ଯାଆନ୍ତି! #୧୮ ଏପ୍ରିଲରେ ହଲରେ ଭୂତନି ତାଣ୍ଡବ କରିବ।

ଭିଡିଓରେ ସଞ୍ଜୟ ଦତ୍ତ ଏକ ଭୂତ ସହିତ ଲଢ଼ୁଥିବାର ଦେଖାଯାଉଛି। ଅଭିନେତା ସେୟାର କରିଥିବା ଭିଡିଓରେ ସଞ୍ଜୟ ଦତ୍ତଙ୍କ ଲୁକ୍‌କୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ଏହି ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି। ସଞ୍ଜୟ ଦତ୍ତଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି। ସେ ଖୁବ୍ ଶୀଘ୍ର ବାଗୀ ୪ରେ ନଜର ଆସିବେ। ଏହା ବ୍ୟତୀତ ସେ ହାଉସଫୁଲ ୫ ରେ ମଧ୍ୟ ନଜର ଆସିବେ।

 

Comments are closed.