Latest Odisha News

BREAKING NEWS

‘ହେରାଫେରୀ-୩’ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ଫିଲ୍ମ ହେରାଫେରୀ-୩ରେ ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ହେରା ଫେରି’ ର ଏକ ଅଂଶ ହୋଇଛନ୍ତି ବୋଲି ନିଜେ ସଞ୍ଜୟ ସ୍ପଷ୍ଟ କରିଛନ୍ତି । ଏହି ଫିଲ୍ମରେ ସେ ଜଣେ ଅନ୍ଧ ଡ଼ନ୍ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହା ଦୁବାଇ,ଆବୁଧାବି ଓ ଲସ୍ ଆଞ୍ଜେଲ୍‌ସ୍ ଆଦି ସ୍ଥାନରେ ସୁଟିଂ କରାଯିବାର ଯୋଜନା ରଖାଯାଇଛି ।

ତାଙ୍କର ଏହି ଚରିତ୍ରଟି ‘ୱେଲକମ’ ଚଳଚ୍ଚିତ୍ରରେ ଫିରୋଜ ଖାନଙ୍କ ଚରିତ୍ର ଆରଡିଏକ୍ସ ସହିତ ସମାନ ହେବ । କିଛି ଦିନ ପୂର୍ବରୁ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଯବାନ’ରେ ସଞ୍ଜୟଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Leave A Reply

Your email address will not be published.