Latest Odisha News

BREAKING NEWS

ଏନଟିଆର ୩୦ରେ ସୈଫ ହେବେ ଖଳନାୟକ

ମାଡ୍ରାସ: ଆରଆରଆରର ସଫଳତା ପରେ ଜୁନିୟର ଏନଟିଆର ତାଙ୍କର ଆଗାମୀ ଫିଲ୍ମ ଏନଟିଆର ୩୦ (ନାମକରଣ ହୋଇନି) ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କୋରତାଲା ଶିବା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶୁକ୍ରବାର ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫ ଅଲୀ ଖାଁ ଖଳନାୟକ ଭୂମିକା କରିବାକୁ ଯାଉଛନ୍ତି । ଖୁବ ଶୀଘ୍ର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଜାହ୍ନବୀ କାପୁର ଓ ଜୁନିୟର ଏନଟିଆର ଯୋଡିଙ୍କୁ ଦର୍ଶକ ପ୍ରଥମ ଥର ପାଇଁ ବଡ ସ୍କ୍ରିନରେ ଦେଖିବେ । ମାର୍ଚ୍ଚ ୨୩ରେ ମେକର୍ସଙ୍କ ପକ୍ଷରୁ ଆୟୋଜିତ ଏକ ବଡ ଇଭେଂଟରେ ଫିଲ୍ମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଏହାର ଶୁଟିଂ ମାର୍ଚ୍ଚ ୩୦ରୁ ଆରମ୍ଭ ହେବ ବୋଲି ପୂର୍ବରୁ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସୈଫ ଏହା ପୂର୍ବରୁ ଅଜୟ ଦେବଗାନ ଅଭିନୀତ ତାହ୍ନାଜୀରେ ଭିଲେନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏନଟିଆର ୩୦କୁ ଏନଟିଆର ଆର୍ଟସର ହରି କ୍ରିଷ୍ଣା କେ ଓ ଯୁବସୁଧା ଆର୍ଟସ ମିଳିତ ଭାବେ ନିର୍ମାଣ କରୁଛନ୍ତି । ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଓ ମାଲାୟଲମ ଭାଷାରେ ଏହା ରିଲିଜ ହେବ ।

Leave A Reply

Your email address will not be published.