Latest Odisha News

ସାଉଥରେ ଡେବ୍ୟୁ କରିବେ ସଞ୍ଜୟ କପୁରଙ୍କ ଝିଅ ଶନାୟା

ମୁମ୍ବାଇ: ସାଉଥରେ ଡେବ୍ୟୁ କରିବେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ସେ ସାଉଥ ଅଭିନେତା ମୋହନଲାଲଙ୍କ ସହ ଫିଲ୍ମ ବୃଷଭରେ ଡେବ୍ୟୁ କରିବେ । ଏହି ଫିଲ୍ମରେ କନ୍ନଡ ନିର୍ଦ୍ଦେଶକ ନନ୍ଦା କିଶୋର ନିର୍ଦ୍ଦେଶନା ଦେବେ । ଏଥିରେ ଶନାୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମଟି ଏକ ବାପ ଏବଂ ପୁଅର ସମ୍ପର୍କକୁ ନେଇ ନିର୍ମାଣ ହେବ । ଫିଲ୍ମରେ କାହାଣୀର ଅତୀତ ଏବଂ ବର୍ତ୍ତମାନକୁ ନେଇ ଅନେକ ଦୃଶ୍ୟ ରହିବ । ଏହା ଏକ ଉଚ୍ଚ ଆକ୍ସନ୍ ଡ୍ରାମା ଫିଲ୍ମ ହେବ । ଫିଲ୍ମ ବୃଷଭର କାହାଣୀ ତେଲୁଗୁ ସୁପରହିଟ୍ ଫିଲ୍ମ ମଗଧୀରା ସହିତ ସମାନ । ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ମେକା, ଗରୁଡ ରାମ ଏବଂ ଶ୍ରୀକାନ୍ତଙ୍କ ଭଳି କଳାକାର ଅଭିନୟ କରିବେ । ଏଥିରେ ଏକତା କପୁର ପ୍ରଯୋଜନା କରିଥିବା ବେଳେ ଦେବୀ ଶ୍ରୀ ପ୍ରସାଦ ସଂଗୀତ ଦେଇଛନ୍ତି ।

Leave A Reply

Your email address will not be published.