Latest Odisha News

BREAKING NEWS

୨୫ ସେକେଣ୍ଡରେ ୭୫ ପାହାଚ ହାତରେ ଓହ୍ଲାଇ ବିଶ୍ୱ ରେକର୍ଡ

ନେପାଳ: ଦୁନିଆର ଅନେକ ଲୋକ ଏମିତି କିଛି କୌଶଳ ଦେଖାନ୍ତି, ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନେପାଳର ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ସିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାହାପୁଣି ୨୫ ସେକେଣ୍ଡରେ ୭୫ ପାହାଚ ତଳକୁ ଓହ୍ଲାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

BjdElectrycity

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ନେପାଳର ବାସିନ୍ଦା ହରି ଚନ୍ଦ୍ର ଗିରି । ବୟସ ମାତ୍ର ୨୯ ବର୍ଷ । କିନ୍ତୁ ସେ ଗୋଡ଼ ଉପରକୁ କରି ନିଜ ହାତରେ ଏତେ ଶୀଘ୍ର ସିଡିରେ ଚଢନ୍ତି ଓ ଓହ୍ଲାଉଛନ୍ତି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ନିଜ ହାତ ସାହାଯ୍ୟରେ ୨୫.୦୩ ସେକେଣ୍ଡରେ ୭୫ ସିଡ଼ିରୁ ଓହ୍ଲାଇ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ହରିଚନ୍ଦ୍ର କାଠମାଣ୍ଡୁ ଉପତ୍ୟକା ନିକଟରେ ଥିବା ଏକ ବୌଦ୍ଧ ମନ୍ଦିରର ପାହାଚରୁ ଓହ୍ଲାଇଥିଲେ ।

ଏହାପୂର୍ବରୁ ଏହି ରେକର୍ଡ ଆମେରିକୀୟ ଯୁବକ ମାର୍କ କେନିଙ୍କ ନାମରେ ଥିଲା, ଯାହା ସେ ୨୦୧୪ ରେ କରିଥିଲେ । କିନ୍ତୁ ହରି ମାତ୍ର ୨୫.୦୩ ସେକେଣ୍ଡରେ ବିଶ୍ୱ ରେକର୍ଡ କରିଛନ୍ତି । ମାର୍କ ଏହି ରେକର୍ଡ଼ ୩୦.୮ ସେକେଣ୍ଡରେ କରିଥିଲେ । ହରି ହାତରେ ଓଲଟା ଚାଲିଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

Leave A Reply

Your email address will not be published.