Latest Odisha News

BREAKING NEWS

ପଛରେ ପଡ଼ିଲା ସଲମାନଙ୍କ ‘ରାଧେ’; ବାଜି ମାରିଲା ସଂଜୟ କପୁରଙ୍କ ‘ଦ ଲାଷ୍ଟ୍‌ ଆୱାର୍‌’

ନୂଆଦିଲ୍ଲୀ: ପଛରେ ପଡ଼ିଲା ସଲମାନ ଖାନଙ୍କ ଫିଲ୍ମ ‘ରାଧେ’। ବାଜି ମାରିଲା ସଂଜୟ କପୁରଙ୍କ ୱେବ୍‌ ସିରିଜ୍‌ ‘ଦ ଲାଷ୍ଟ୍‌ ଆୱାର୍‌’। ସଲ୍‌ମାନଙ୍କ ‘ରାଧେ’ଠୁ ‘ଦ ଲାଷ୍ଟ୍‌ ଆୱାର୍‌’କୁ ଆଇଏମ୍‌ଡିବିର ଭଲ ରେଟିଂ ମିଳିଥିବା ସୂଚନା ମିଳିଛି।

‘ରାଧେ’ ବିଦେଶରେ ବେଶ୍‌ ଭଲ ରୋଜଗାର କରୁଥିବାବେଳେ ଦେଶରେ ଏବେ ୱେବ୍ ସିରିଜ୍ ସହିତ ଏହାକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ।

ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିବା ଅଭିନେତା ସଞ୍ଜୟ କପୁରଙ୍କ ୱେବ୍ ସିରିଜ୍ ‘ଦି ଲାଷ୍ଟ୍‌ ଆୱାର୍‌’ IMDbରେ ଭଲ ରେଟିଂ ପାଇଛି। ସଞ୍ଜୟ କପୁରଙ୍କ ଏହି ସିରିଜ୍ ୧୦ ଟି ରେଟିଂ ମଧ୍ୟରୁ ୮ ଟି ପାଇଛି। ଏଥି ସହିତ ସଲମାନ ଖାନଙ୍କ ‘ରାଧେ’କୁ IMDb ଦ୍ୱାରା ମାତ୍ର ୩ ରେଟିଂ ଦିଆଯାଇଥିଲା।

Comments are closed.