Latest Odisha News

BREAKING NEWS

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି।

ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ ଦେଖିବାକୁ ମିଳିଛି। ଅଧ୍ୟୟନ ଅନୁଯାୟୀ, ଏହା ଅଷ୍ଟମ କରୋନା ଭୁତାଣୁ ହେବ, ଯାହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଛି। ତେବେ ଏଯାବତ୍ ୭ଟି କରୋନା ଭାଇରସ ବାହାରିଛି ଯାହା ମଣିଷ ଶରୀରରେ ଏହି ରୋଗକୁ ବିସ୍ତାର କରୁଛି। ତନ୍ମଧ୍ୟରେ ଚାରିଟିରେ ସାଧାରଣ ଥଣ୍ଡା ଏବଂ ବାକି ୩ଟିରେ SARS, MERS ଏବଂ କୋଭିଡ ଭଳି ରୋଗ ସୃଷ୍ଟି କରୁଛି।

ଗୁରୁବାର ଦିନ କ୍ଲିନିକାଲ ଇନଫେକସନ ଡିଜିଜ୍ ନାମକ ଏକ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗବେଷକ ମାନେ କହିଛନ୍ତି ଯେ ମାଲେସିଆର ଏକ ରାଜ୍ୟରେ ୩୦୧ ନିମୋନିଆ ରୋଗୀଙ୍କ ନାସାଲ୍ ସ୍ବାବରୁ ଆଠଟି ନମୁନାରେ କେନାଇନ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା। ଏହି କେନାଇନ କରୋନା ଭୁତାଣୁ କୁକୁରଙ୍କ ଠାରେ ଦେଖାଯାଇଥାଏ। ପଜିଟିଭଙ୍କ ମଧ୍ୟରେ ଅଧିକାଂଶ ପାଞ୍ଚ ବର୍ଷରୁ କମ୍ ପିଲାମାନେ ଥିଲେ।

ଏହି ନମୁନାଗୁଡ଼ିକର ଜେନୋମ କ୍ରମରେ CCoV-HuPn-018 ନାମକ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଯଦିଓ ଏହି ଷ୍ଟ୍ରେନ୍ ଅନେକାଂଶରେ କରୋନା ଭଳି। ଯାହା ବିଲେଇ ଏବଂ ଘୁଷୁରୀକୁ ସଂକ୍ରମିତ କରିଥାଏ। ଖାସକରି କୁକୁରମାନେ ଏହାଦ୍ବାରା ଅଧିକ ସଂକ୍ରମିତ ହୋଇଥାନ୍ତି।

ଏହି ଷ୍ଟ୍ରେନ୍‌ରେ କିଛି ଏଭଳି ମ୍ୟୁଟେସନ୍ ରହିଛି ଯାହା ମଣିଷ ଶରୀରରେ ବ୍ୟାପୁଥିବା ସଂକ୍ରମଣରେ ମଧ୍ୟ ଦେଖାଦେଇଥାଏ।

Leave A Reply

Your email address will not be published.