Latest Odisha News

ରାହୁଲ-ସଞ୍ଜୟଙ୍କ କଦମତାଳ; ଏକ ନୂଆ ସମୀକରଣର ସୂଚନା

ନୂଆଦିଲ୍ଲୀ: କଂଗ୍ରେସର ଭାରତଯୋଡୋ ଯାତ୍ରାରେ ଶିବସେନା କଶ୍ମୀରରେ ଦ୍ଵିତୀୟ ଥର ପାଇଁ ଏଣ୍ଟ୍ରି ମାରିଛି ଯାହା ଖାଲି ମହାରାଷ୍ଟ୍ର ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୪ ପାଇଁ ଏକ ନୂଆ ସମୀକରଣର ସଙ୍କେତ ଦେଉଛି । କଂଗ୍ରେସ ହାତ ଧରି ଶିବସେନା ଖାଲି ବିଏମସି ନିର୍ବାଚନରେ ନିଜକୁ ମଜବୁତ କରିବାର ସ୍ଵପ୍ନ ଦେଖୁନି ବରଂ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ନିଜର କମର କସୁଛି । ଶିବସେନା ବାରମ୍ବାର କଂଗ୍ରେସ ସହ ମିଶି ପ୍ରମାଣିତ କରିବାକୁ ଚାହୁଁଛି ଯେ ବିଜେପି ସହ ମିଶିବାର ସମ୍ଭାବନା ଆଉ ନାହିଁ ।

ଆଉ ଏକ ସପ୍ତାହ ପରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଶେଷ ହେବ । ଶ୍ରୀନଗରରେ ଏହି ଯାତ୍ରା ଶେଷ କରାଯିବ । ସମାପନ ଯାତ୍ରା ପାଇଁ ଦେଶର ବଡ ବହ ରାଜନୈତିକ ଦଳ ଏବଂ ନୋତଙ୍କୁ ଆମନ୍ତ୍ରିତ କରିଛି ଦଳ । ତେବେ ସମାପନ ଯାତ୍ରା ପୂର୍ବରୁ ରାହୁଲଙ୍କ ସହ ଶିବସେନା ନେତା ସଞ୍ଜୟ ରାଉତରଙ୍କ କଦମତାଳ ମହରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ହୋଇଛି ।

ବିଜେପି-ଶିବସେନା ଫାଟ ପରେ ମହାବିକାଶ ଅଘାଡି ଏବଂ ରାଜ୍ୟର ଛୋଟ ଛୋଟ ଦଳ ସହ ଶିବସେନା ମେଣ୍ଟ କରିବା ଆରମ୍ଭ କରିଛି । ଲୋକ ସଭା ନିର୍ବାଚନ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ । ତେଣୁ ଏହା ପୂର୍ବରୁ ଦଳ ନିଜକୁ ମଜବୁତ କରିବା ପାଇଁ ରଣନୀତି ଆରମ୍ଭ କରି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଶିବସେନା ରାଜ୍ୟର ଛୋଟଛୋଟ ଦଳଠାରୁ ଆରମ୍ଭ କରି କଂଗ୍ରେସ ଏବଂ ଏନସିପି ସହ ସମ୍ପର୍କକୁ ମଜବୁତ କରିବା ଆରମ୍ଭ କରିଦେଇଛି ।

ଅନ୍ୟପକ୍ଷେ ଏକନାଥ ସିନ୍ଧେ ଏବଂ ବିଜେପିର ମଜବୁତ ମେଣ୍ଟ ଶିବସେନାର ଚିନ୍ତା ବଢାଇଛି । ତେଣୁ ଶିବସେନା ହାତର ସହାୟତା ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ବସିଥିବାବେଳେ କଂଗ୍ରେସକୁ ବି ଏହା ସୁହାଇଛି ।

କାରଣ କଂଗ୍ରେସ ବି ଜାଣିଛି, ଆଞ୍ଚଳିକ ଦଳ ସହ ହାତ ନ ମିଳାଇଲେ ଏଥର ବି ନିଜର ସ୍ଥିତି ସୁଦୃଢ କରିବା ଅସମ୍ଭବ । ବୋଧହୁଏ ଏହା ହିଁ ଥିଲା ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ ଯାହା ଏବେ ପୂରଣ ହେବାକୁ ଯାଉଛି ।

Leave A Reply

Your email address will not be published.