Latest Odisha News

BREAKING NEWS

‘ଦେଶରେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକୁ ଅପବ୍ୟବହାର କରାଯାଉଛି,

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦର ମିଳିତ ବୈଠକକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ମୁର୍ମୁ ଦେଶରେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଗତ ୧୦ ବର୍ଷ ହେବ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ କାହିଁକି ଉଲ୍ଲେଖ କରାଯାଇ ନାହିଁ? ସେ ଅଭିଯୋଗ କରିଛନ୍ତି ଯେ, ଆଜି ଅନୁସନ୍ଧାନକାରୀ ସଂସ୍ଥା କୁ ଦେଶରେ ଖୋଲାଖୋଲି ଭାବେ ଅପବ୍ୟବହାର କରାଯାଉଛି ବୋଲି ସଂଜୟ କହିଛନ୍ତି ।

ସଂଜୟ ସିଂ ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ରାଷ୍ଟ୍ରପତିଙ୍କ ଭାଷଣ ହେଉଛି ଏକ ସରକାରୀ ଭାଷଣ, ଯାହା ରାଷ୍ଟ୍ରପତିଙ୍କ ଦ୍ୱାରା ପଢାଯାଉଛି । ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କିପରି ଅପବ୍ୟବହାର କରାଯାଉଛି ତାହା ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିବା ଉଚିତ୍ ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆପଣ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ଧରି ଜେଲରେ ରଖିଛନ୍ତି । ହେମନ୍ତ ସୋରେନ ଜେଲରେ ଅଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି । ଶିକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେଲରେ ଅଛନ୍ତି । ସାରା ଦେଶରେ ଖୋଲାଖୋଲି ଭାବେ ଇଡି ଏବଂ ସିବିଆଇର ଅପବ୍ୟବହାର କରାଯାଉଛି । ଜରୁରୀକାଳୀନ ପରିସ୍ଥିତି ଆଉ କ’ଣ ହୋଇପାରେ?

ଆପ୍ ନେତା ସଞ୍ଜୟ ସିଂ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ପୂର୍ବତନ ସାଂସଦମାନେ ଆସି ଗୃହର କାର୍ଯ୍ୟ ଦେଖୁଥିଲେ । ନୂତନ ସଂସଦ ଭବନରେ ସେମାନଙ୍କ ପ୍ରବେଶ ବନ୍ଦ ହୋଇଯାଇଛି । ଏହା ଭଲ ଯେ ବିଜେପି ୨୪୦ ରେ ଅଟକି ଗଲା, ଯଦି ଦଳ ୩୦୦ ବି ପାର୍ କରିଥାନ୍ତା ତେବେ ଜଣାନାହିଁ ସେମାନେ ଏପର୍ଯ୍ୟନ୍ତ କଣ କରିଥାନ୍ତେ?

Leave A Reply

Your email address will not be published.