Latest Odisha News

BREAKING NEWS

ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଭାବେ ସଞ୍ଜୟ ସିଂହ ନିଯୁକ୍ତ ହେଲେ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ତାଙ୍କର ନୂତନ ନିଯୁକ୍ତି ସହିତ ସେ ପୂର୍ବରୁ ଅବସ୍ଥାପିତ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓ କମିଶନର ଦାୟିତ୍ୱ ସହିତ ଇଡ଼କୋର ସିଏମଡ଼ି ଭାବେ ଦାୟିତ୍ୱ ନିର୍ବାହ କରିବେ ।

ଏହି ୧୯୯୭ ମସିହା ବ୍ୟାଚର ଆଇଏଏସ ଅଧିକାରୀ ଜଣକ ଗ୍ରିଡ଼କୋ ଓ ଓପିଟିସିଏଲ ର ସିଏମଡ଼ି ତଥା ରାଜ୍ୟ ଶକ୍ତି ବିଭାଗର ସଚିବ ଓ କମିଶନର ହେମନ୍ତ ଶର୍ମାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁବାର ଦିନ ତାଙ୍କର ନିଯୁକ୍ତି ମଞ୍ଜୁର ହେବା ପରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.