Latest Odisha News

BREAKING NEWS

ଓଡିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ଟିଡିପି

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇବ ।

ଏନେଇ ଟିଡିପିର ଓଡ଼ିଶା ପର୍ଯ୍ୟବେକ୍ଷକ ରାଜେଶ ପୁତ୍ର କହିଛନ୍ତି “ଦଳ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ପରେ ଆସନ୍ତା ନିର୍ବାଚନରେ ଟିଡିପି ପକ୍ଷରୁ ଓଡିଶାରେ ୫୨ଟି ବିଧାନସଭା ଓ ୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଛି” ।

“ବିଶେଷକରି ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲାରେ ତେଲଗୁ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଞ୍ଚଳକୁ ଦଳ ଫୋକସରେ ରଖିଛି। ଏଥିସହିତ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଆସ୍କା ନିର୍ବାଚନୀ ମଣ୍ଡଳୀରୁ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଦଳ ଲୋକସଭା ପ୍ରାର୍ଥୀ ଦେବାକୁ ସ୍ଥିର କରିଥିବା ବେଳେ ଖୁବଶୀଘ୍ର ଟିଡିପ ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଉପଯୁକ୍ତ ପ୍ରାର୍ଥୀ ଘୋଷଣା କରିବେ” ବୋଲି କହିଛନ୍ତି ରାଜେଶ ପୁତ୍ର ।

ଆହୁରି ମଧ୍ୟ ଓଡିଶାର ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏକ ସର୍ବେକ୍ଷଣ କରାଯାଉଛି । ଏହି ସର୍ଭେ ରିପୋର୍ଟ ଆସିବା ପରେ ବାକି ଆସନ ଗୁଡିକରେ ଅଧିକ ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.