Latest Odisha News

କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍(ଆଇଏସବି)ର କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ଙ୍କୁ ଭାରତ ସରକାର ଶୁକ୍ରବାର ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ।

ଏନେଇ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ତାଙ୍କୁ ଆସନ୍ତା ୩ ବର୍ଷ ଲାଗି ଏହି ପଦବୀରେ ନିଯୁକ୍ତି ଦିଆଯାଇଛି । ସେ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍ଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ। ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଗତ ଜୁଲାଇ ମାସରେ ଅରବିନ୍ଦ ସୁବ୍ରମଣିଅନ୍ ନିଜ ପଦବୀରୁ ଇସ୍ତଫା ଦେଇଥିବା ନେଇ ଜଣାପଡିଛି ।

କୃଷ୍ଣମୂର୍ତ୍ତି ‘ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ’ରେ ‘ଆସୋସିଏଟ୍ ପ୍ରଫେସର ଅଫ୍ ଫାଇନାନ୍ସ’ ଓ ‘ସେଣ୍ଟର ଫର ଆନାଲିଟିକାଲ ଫାଇନାନ୍ସ’ର କାର‌୍ୟ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଅନ୍ୟପକ୍ଷରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ପିଏଚଡି ପ୍ରାପ୍ତ କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ଆଇଆଇଟି ଓ ଆଇଆଇମର ପୂର୍ବତନ ଛାତ୍ର ଅଟନ୍ତି । ଏଥିସହିତ ସେ ଦେଶର ବ୍ୟାଙ୍କିଙ୍ଗ, କର୍ପୋରେଟ୍ ଗ ଭର୍ଣ୍ଣାନ୍ସ ଓ ଅର୍ଥନୈତିକ ପଲିସି ଏକ୍ସପର୍ଟ ମାନଙ୍କ ମଧ୍ୟରେ ସେ ବେଶ ଜଣାଶୁଣା ।

Leave A Reply

Your email address will not be published.