Latest Odisha News

BREAKING NEWS

କୃଷି ଆଇନକୁ ବିରୋଧ କରି ଆତ୍ମହତ୍ୟା କଲେ ଶିଖ ଧର୍ମଗୁରୁ ବାବା ରାମ ସିଂ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବୁଧବାର ଶିଖ ସମ୍ପ୍ରଦାୟର ଧର୍ମଗୁରୁ ବାବା ରାମ ସିଂ ସିଙ୍ଘୁ ବର୍ଡର ନିକଟରେ ଆତ୍ମହତ୍ୟା କରିଛନ୍ତି । ଯାହା ଫଳରେ ସାରା ଦେଶରେ ଏ ନେଇ ଆଲୋଡନ ସୃଷ୍ଟି ହୋଇଛି । କୃଷି ଆଇନ ନେଇ ଏବେ ସରକାରକୁ ଚିନ୍ତା କରିବାର ସମୟ ଉପନୀତ ହୋଇଯାଇଛି ବୋଲି ବିରୋଧ କରୁଥିବା ବିଭିନ୍ନ ସଂଗଠନ କହିଛନ୍ତି । ହରିୟାଣାର କର୍ଣ୍ଣାଲରେ ରହୁଥିବା ବାବା ରାମ ସିଂ ଏଠାକାର ଏକ ଗୁରୁ ଦ୍ୱାରରେ ଧର୍ମ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ ।

୬୫ ବର୍ଷୀୟ ବାବା ଚାଷୀଙ୍କ ସଂଘର୍ଷ ଦେଖି ଦୁଃଖୀତ ବୋଲି କହିଥିଲେ । ଏହାକୁ ଆଉ ସହ୍ୟ କରି ହେଉ ନାହିଁ । ଡ୍ରାଇଭର ଏବେ ଅନ୍ୟ ସହଯୋଗୀଙ୍କୁ ଷ୍ଟେଜ ଉପରକୁ ଯିବାକୁୂ କହିଥିଲେ । ସେ କାର ନିକଟକୁ ଯାଇ ନିଜକୁ ନିଜେ ଗୁଳି କରିଥିଲେ । ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ବଂଚାଯାଇ ପାରି ନ ଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବାବା ରାମ ସିଂଙ୍କ ଅନେକ ସମର୍ଥକ ଥିବାରୁ ଆନ୍ଦୋଳନ ତୀବ୍ର ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.