Latest Odisha News

କୋଭିଡ ପରେ ସିସିଟିଭି ନଜର ଭିତରେ ଆରମ୍ଭ ହେଲା ରେଳୱେ ଭର୍ତ୍ତି ପରୀକ୍ଷା

ଭୁବନେଶ୍ୱର:କରୋନା ମହାମାରୀ ଯୋଗୁଁ ଦେଶରେ ବିଭିନ୍ନ ଚାକିରି ପାଇଁ ପରୀକ୍ଷା ସବୁ ବନ୍ଦ ଥିଲା । ସ୍ଥିତିରେ ଟିକେ ସୁଧାର ଆସିବା ପରେ ଏବେ ଧୀରେ ଧୀରେ ପରୀକ୍ଷା ସବୁ ଆରମ୍ଭ ହେଲାଣି । ଦେଶର ୨୧ଟି ରେଳୱେ ଭର୍ତ୍ତି ବୋର୍ଡ ତରଫରୁ ମଧ୍ୟ ପରୀକ୍ଷା କରାଗଲାଣି । ଏହି କ୍ରମରେ ଡିସେମ୍ବର ୧୬ ତାରିଖ ବୁଧବାରରୁ ରେଳୱେ ଭର୍ତ୍ତି ବୋର୍ଡ, (ଆରଆର‌୍‌ବି) ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ପଦବୀ ପାଇଁ ପରୀକ୍ଷା ଆରମ୍ଭ କରାଯାଇଛି ।

BjdElectrycity

ଡିସେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଆର‌୍‌ଆରବି ଭୁବନେଶ୍ୱର ପକ୍ଷରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) କରାଯାଉଛି । ୨ଟି ସିଫ୍ଟରେ  ଏହି ପରୀକ୍ଷା କରାଯାଉଛି । ପ୍ରଥମ ସିଫ୍ଟ ଆରମ୍ଭ ହେଉଛି ସକାଳ ସାଢେ ୧୦ଟାରୁ । ଏହି ସିଫ୍‌ଟରେ ଯେଉଁମାନଙ୍କ ପରୀକ୍ଷା ଅଛି, ସେମାନଙ୍କୁ ସକାଳ ୯ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡିବ ।

ଦ୍ୱିତୀୟ ସିଫ୍ଟ ପରୀକ୍ଷା ଅପରାହ୍ନ ୩ଟାରୁ ଆରମ୍ଭ ହେବ । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ଅପରାହ୍ନ ୧.୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡିବ ।

୧୫ ଡିସେମ୍ବରରୁ ୧୮ ଡିସେମ୍ବର ମଧ୍ୟରେ ପରୀକ୍ଷା ହେଉଥିବା ଆର୍‌୍‌ଆର୍‌୍‌ବି ଭୁବନେଶ୍ୱରର ୫୩ଟି ପଦବୀ ପାଇଁ ୨ ହଜାର ୬୯୫ ଜଣ ଆଶାୟୀ ଆବେଦନ କରିଛନ୍ତି । ୧୫ ତାରିଖ ପ୍ରଥମ ଦିନରେ ୨୧୪୪ ଆବେଦନକାରୀଙ୍କ ମଧ୍ୟରୁ କେବଳ ୮୬୨ ଜଣ ଉପସ୍ଥିତ ଥିଲେ ।

ଇଂରାଜୀ ଭାଷାରେ ପରୀକ୍ଷା ହେଉଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ଯେକୌଣସି ଭାଷା ଆଶାୟୀମାନେ ବାଛି ପାରିବେ ।

ଏହି ପରୀକ୍ଷାର ଆଉ ଏକ ବିଶେଷତ୍ୱ ହେଲା ପ୍ରଥମ ଥର ପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି । କେହି ଯେମିତି ଅସାଧୁ ଉପାୟ ଅବଲମ୍ବନ କରିନପାରିବେ, ସେଥିପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି ସିସିଟିଭି । ସମସ୍ତ ପରୀକ୍ଷାର୍ଥୀ ସିସିଟିଭି ନଜରରେ ରହିବେ । ବିଭିନ୍ନ କମାଣ୍ଡ ସେଣ୍ଟରରୁ ସବୁ ପରୀକ୍ଷା କେନ୍ଦ୍ର ଉପରେ ଏହି ସିସିଟିଭି ମାଧ୍ୟମରେ ନଜର ରଖିହେଉଛି ।

କରୋନା ପରେ ପ୍ରଥମ ଥର ରେଳୱେର ପରୀକ୍ଷା ହେଉଥିବାରୁ ଏହି ମହାମାରୀ ପ୍ରତି ସବୁ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ସିଟିଂ ଆରେଞ୍ଜମେଣ୍ଟ ରେ ସୋସିଆଲ୍ ଡିଷ୍ଟାନ୍‌ସକୁ ଗୁରୁ୍‌ତ୍ୱ ଦିଆ ଯାଇଥିବା ବେଳେ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ବାଧ୍ୟ କରା ଯାଇଛି । ଏହା ସହିତ ସାନିଟାଇଜର୍ ବ୍ୟବହାରର କରିବାକୁ କୁହା ଯାଇଛି ।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଆଶାୟୀଙ୍କୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡିବ ଯେ, ସେମାନେ କୋଭିଡରେ ଆକ୍ରାନ୍ତ ନୁହନ୍ତି କିମ୍ବା ସେମାନଙ୍କର କରୋନା ଲକ୍ଷଣ ନାହିଁ । ପରୀକ୍ଷା ସରିବା ପରେ ପୁରା ଲାବ୍‌୍‌କୁ ସାନିଟାଇଜ୍ କରାଯିବ ।

ରେଳୱେ ପରେ ବିଭିନ୍ନ ଏନ‌୍‌ଟିପିସି ପଦବୀ ( ଉଭୟ ସ୍ନାତକ ଓ ସ୍ନାତକୋତ୍ତର ) ପାଇଁ ଡିସେମ୍ବର ୨୮ରୁ ଆସନ୍ତା ମାର୍ଚ୍ଚ ୩୧ ମଧ୍ୟରେ ପରୀକ୍ଷା ହେବ । ତା ପରେ ଅନ୍ୟ ପଦବୀ ପାଇଁ ଆସନ୍ତା ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ପରୀକ୍ଷା ହେବ ।

Leave A Reply

Your email address will not be published.