Latest Odisha News

BREAKING NEWS

ସନ୍ତୋଷ ଟ୍ରଫି ଫୁଟବଲ: କର୍ଣ୍ଣାଟକ ସହ ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଚଳିତ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ଶେଷ ଲିଗ ମ୍ୟାଚ କର୍ଣ୍ଣାଟକ ସହ ୨-୨ରେ ଡ୍ର ରଖିଛି । ମ୍ୟାଚର ୧୭ତମ ମିନିଟରେ କର୍ଣ୍ଣାଟକ ଗୋଲ ସ୍କୋର କରି ୧-୦ର ଅଗ୍ରଣୀ ହାସଲ କରିଥିଲା । ତେବେ ଏହା ପରେ ପ୍ରବୀଣ ଟିଗା (୨୧ତମ) ଓ ଚନ୍ଦ୍ର ମୁଦୁଲି (୩୬ତମ) ଗୋଲ ସ୍କୋର କରି ଓଡିଶାକୁ ୨-୧ରେ ଆଗୁଆ କରାଇଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ କର୍ଣ୍ଣାଟକ ଆଉ ଏକ ଗୋଲ ଦେବା ଫଳରେ ମ୍ୟାଚ ୨-୨ ରୋମାଂଚକ ସ୍ଥିତିକୁ ଆସି ଯାଇଥିଲା । ଶେଷ ପର୍ଯ୍ୟନ୍ତ ଉଭୟ ଟିମ ଗୋଲ କରିବା ପାଇଁ ଆକ୍ରମଣାତ୍ମକ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

ଓଡିଶା ଲିଗ ପର୍ଯ୍ୟାୟରେ ଗୋଟିଏ ବିଜୟ, ୨ଟି ପରାଜୟ ଓ ୨ ଡ୍ର ସହ ମୋଟ ୫ ପଂଏଟ ହାସଲ କରିଥିଲା । ଅପରପକ୍ଷରେ ପଞ୍ଜାବ ୧୧ ପଂଏଟ ଓ କର୍ଣ୍ଣାଟକ ୯ ପଂଏଟ ସହ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଗୋଆ ସମସ୍ତ ମ୍ୟାଚରେ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି ।

Leave A Reply

Your email address will not be published.