ମୁମ୍ବାଇ: ଶାହରୁଖ ଖାନଙ୍କ ହୋମ୍ ପ୍ରଡକ୍ସନ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ଦ୍ରିଶ୍ୟମ ଫିଲ୍ମସ୍ ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ । ପ୍ରୋଜେକ୍ଟ ତଥା ଫିଲ୍ମର ଟାଇଟଲ ରହିଛି ଲଭ୍ ହଷ୍ଟେଲ୍ । ଫିଲ୍ମରେ ନଜର ଆସିବେ ତିନିତିନିଜଣ ମଲ୍ଟିି ଟ୍ୟାଲେଣ୍ଟେଡ ବଲିଉଡ୍ ଆକ୍ଟର ।
ସୋସିଆଲ୍ ମିଡିଆରେ ଶାହରୁଖଙ୍କ କମ୍ପାନୀ କନଫର୍ମ କରିଛି ଯେ, ଲଭ ହଷ୍ଟେଲରେ ନଜର ଆସିବେ ସାନ୍ୟା ମଲହୋତ୍ରା, ବବି ଦିଓଲ ଓ ମିର୍ଜାପୁର ଫେମ୍ ଆକ୍ଟର ବିକ୍ରାନ୍ତ ମାସେ । ଫିଲ୍ମଟି କ୍ରାଇମ୍ ଥ୍ରିଲର ଥିମ ଉପରେ ନିର୍ମିତ ହେବ । ଯେଉଁଥିରେ ଏକ ଅଜଣା ଭୟଠୁ ବିକ୍ରାନ୍ତ ଓ ସାନ୍ୟା ନିଜକୁ ରକ୍ଷା କରିବାରେ ନଜର ଆସିବେ ।
We’re excited to present our next film with @DrishyamFilms, #LoveHostel – a story about a spirited young couple on the run!
Starring @sanyamalhotra07, @masseysahib & @thedeol
Directed by @iamshankerraman. Produced by @gaurikhan, @ManMundra & @_GauravVerma@iamsrk @VenkyMysore pic.twitter.com/nXEAYGtlSk
— Red Chillies Entertainment (@RedChilliesEnt) October 29, 2020
ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ନ୍ୟାସନାଲ ଆୱାର୍ଡ ୱିନିଂ ସିନେମାଟୋଗ୍ରାଫର ଶଙ୍କର ରମନ୍ । ଉତ୍ତର ଭାରତୀୟ ସଂସ୍କୃତି ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ନରେ ସାନ୍ୟା ଓ ବିକ୍ରାନ୍ତଙ୍କୁ ଏକ ପରିବର୍ତ୍ତନଶୀଳ ଯାତ୍ରାରେ ଚିତ୍ରିତ କରାଯିବ । ୨୦୨୧ରେ ଫିଲ୍ମର ନିର୍ମାଣ ହେବା ସହ ରିଲିଜ୍ ହେବାର ସମ୍ଭାବନା ରହିଛି ।
Comments are closed.