Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ସ୍ୱପ୍ନାଙ୍କ ମଥାର ସିନ୍ଦୁର

ନୂଆଦିଲ୍ଲୀ: ସ୍ୱପ୍ନା ଚୌଧୁରୀ ତାଙ୍କ ବାଙ୍ଗ ନୃତ୍ୟ ପାଇଁ ବେଶ୍‌ ଜଣାଶୁଣା। ସପନା ଚୌଧୁରୀ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ପ୍ରୋଫେସନାଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ କରଭା ଚୌଥ୍‌ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। କିନ୍ତୁ ତାଙ୍କର ଅନେକ ଭିଡିଓ ଏବେ ବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ନିକଟରେ ସ୍ୱପ୍ନା ଚୌଧୁରୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଭୟଙ୍କର ଭାବେ ଭାଇରାଲ ହେବାରେ ଲାଗିଛି।

ସ୍ୱପ୍ନା ଚୌଧୁରୀ ତାଙ୍କ ଭିଡିଓରେ ହରିୟାଣୀ ଗୀତକୁ ଲିପ୍-ସିଙ୍କ କରୁଥିବା ଦେଖିବାକୁ ମିଳିଛି। ସେୟାର୍ ହୋଇଥିବା ଭିଡିଓରେ ସ୍ୱପ୍ନା ନିଜ ମଥାରେ ଲାଲ୍ ରଙ୍ଗର ସିନ୍ଦୁର ଏବଂ ଲାଲ୍‌ ବିନ୍ଦି ପିନ୍ଧିଥିବା ଦେଖିବାକୁ ମିଳିଛି। ସ୍ୱପ୍ନା ଭିଡିଓଟି ସେୟାର କରିବା ସହିତ ଲେଖିଛନ୍ତି ‘ବାରାତି’। ଏହି ଭିଡିଓରେ ସ୍ୱପ୍ନା ଏକ ଜ୍ୟାକେଟ୍ ପିନ୍ଧିଛନ୍ତି ଯାହା ତାଙ୍କୁ ଖୁବ୍‌ ମାନୁଛି। ସ୍ୱପ୍ନାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ତୀବ୍ର ମନ୍ତବ୍ୟ ଦେଉଛନ୍ତି।

Comments are closed.