Latest Odisha News

ସାରା ଅଲି ଖାନ୍ କିଣିଲେ ନୂଆ ସମ୍ପତ୍ତି, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ଵାଇ: ବଲିଉଡର ବବଲି ଅଭିନେତ୍ରୀ ସାରା ଅଲି ଖାନ ବର୍ତ୍ତମାନ ଲାଇମ ଲାଇଟ୍‌ରେ ଅଛନ୍ତି। ସାରା ଏବଂ ତାଙ୍କ ମାଆ ଅମ୍ରିତା ସିଂ ଏବେ ମୁମ୍ବାଇରେ ନିଜର ପ୍ରପୋଟି କିଣିଛନ୍ତି। ସାରା ମୁମ୍ବାଇର ଆନ୍ଧେରି ୱେଷ୍ଟରେ ଦୁଇଟି ଅଫିସ୍ ସ୍ପେସ୍ କିଣିଛନ୍ତି। ଯାହାର ମୂଲ୍ୟ ଆପଣଙ୍କୁ ଚକିତ କରି ଦେବ।

ସାରା ଏବଂ ଅମ୍ରିତା ସିଂ ମୁମ୍ବାଇର ଆନ୍ଧେରି ୱେଷ୍ଟରେ ୨୨.୨୬ କୋଟିରେ ଦୁଇଟି କାର୍ଯ୍ୟାଳୟ କିଣିଛନ୍ତି। ସେ କିଣିଥିବା ଅଫିସ୍ ସ୍ପେସ୍‌ ଚୁକ୍ତି ମୂଲ୍ୟ ୧୧.୧୩ କୋଟି ଟଙ୍କା । ସାରା ଏଥିପାଇଁ ପ୍ରାୟ ୬୬.୮ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ପ୍ରତ୍ୟେକ ୟୁନିଟର କ୍ଷେତ୍ର ପ୍ରାୟ ୨.୦୯୯ ବର୍ଗଫୁଟ ହୋଇଥିବାବେଳେ କାର୍ପେଟର କ୍ଷେତ୍ର ୧୯୦୫ ବର୍ଗଫୁଟ । ଏହି ଅଫିସ୍ ସ୍ପେସ୍ ଗୁଡିକରେ ତିନୋଟି କାର୍ ପାର୍କିଂର ସୁବିଧା ମଧ୍ୟ ଅଛି । ଏହା ୧୦ ଅକ୍ଟୋବର ୨୦୨୪ରେ ପଞ୍ଜୀକୃତ ହୋଇଥିଲା ।

ଗତ ବର୍ଷ ସାରା ଏବଂ ତାଙ୍କ ମାଆ ଅମ୍ରିତା ସିଂ ଉକ୍ତ କୋଠାର ଚତୁର୍ଥ ମହଲାରେ ଏକ ଅଫିସ୍ ସ୍ପେସ୍‌ କିଣିଥିଲେ। ଯାହାର ମୂଲ୍ୟ ୯ କୋଟି ଟଙ୍କା ଥିଲା। ସେହି ସମ୍ପତ୍ତିରେ ତିନୋଟି କାର୍ ପାର୍କିଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ସାରାଙ୍କ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ବହୁତ ଉତ୍ସାହିତ କରିଛି> ସେ ତାଙ୍କ ସଫଳତା ପାଇଁ ବହୁତ ଖୁସି ଏବଂ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.