Latest Odisha News

କାହା ପାଇଁ ଗାବାରେ ସାରା ତେନ୍ଦୁଲକର

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶନିବାରଠାରୁ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୨୮ ରନ କରିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ଥିବା ୩ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ତେବେ ଗାବାରେ ଏହି ମ୍ୟାଚ ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଦେଖିବାକୁ ମିcଳିଥିଲା । ପୂର୍ବତନ କ୍ରିକେଟର ଜାହୀର ଖାଁ ଓ ହରଭଜନ ସିଂଙ୍କ ସହ ସେ ମ୍ୟାଚ ଉପଭୋଗ କରୁଥିଲେ ।

ତେବେ ସୋସିଆଲ ମିଡିଆରେ ତାଙ୍କ ଉପସ୍ଥିତି ଭିନ୍ନ ଭାବେ ଚିତ୍ରଣ କରାଯାଉଛି । ୟୁଜର୍ସ ଏବଂ କେତେକ ୱେବସାଇଟରେ ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି । ପୂର୍ବରୁ ଶୁଭମନ ଗିଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଇଥିଲା । ତେବେ ଏହାର ସତ୍ୟତା ଆଜି ପର୍ଯ୍ୟନ୍ତ ପୃଷ୍ଟି ହୋଇପାରନି । ସାରା କିମ୍ବା ଗିଲ ସେମାନଙ୍କ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ଅବଶ୍ୟ ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ପ୍ରକୃତରେ କିଭଳି ସମ୍ପର୍କ ରହିଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.