ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଟୌଦୀ ଖାନଦାନର ଲାଡ୍ଲି ସାରା ଅଲ୍ଲି ଖାନ୍ । ନିଆରା ଅନ୍ଦାଜରେ ଅଭିନେତ୍ରୀ ସାରା ଓଡିଆ ଫ୍ୟାନମାନଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇଛନ୍ତି ।
View this post on Instagram
ଓଡିଶୀ ନୃତ୍ୟରେ ନିପୁଣ ସାରା ଅଲ୍ଲୀ ଖାନ୍ । ଏକ ଥ୍ରୋ ବ୍ୟାକ୍ (ପୁରୁଣା) ଓଡିଶୀ ଭିଡିଓ ଜରିଆରେ ଓଡିଆ ଫ୍ୟାନମାନଙ୍କୁ ଉତ୍କଳ ଦିବସ ଅବସରରେ ବଧେଇ ଜଣାଇଛନ୍ତି ।
ଭିଡିଓରେ ସାରା ଗୋଲାପି ଓ ଧଳା ରଙ୍ଗର ଏକ ସଲୱାର୍ ସୁଟ୍ ପିନ୍ଧି ଓଡିଶୀ ନୃତ୍ୟ କରିଛନ୍ତି । ତେବେ ଏହି ଭିଡିଓ ଦେଖିବା ପରେ ଓଡିଶୀ ନୃତ୍ୟ ପ୍ରତି ତାଙ୍କର ରୁଚି ଓ ଓଡିଆଙ୍କ ପ୍ରତି ତାଙ୍କର ଯେ ଆକର୍ଷଣ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ ।
ତାଜା ସ୍ଥିତିରେ କରୋନା ମହାମାରୀ ଉଗ୍ର ରୂପ ନେଉଥିବାବେଳେ ନିଜ ଦେଶକୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି ସାରା ଅଲ୍ଲୀ ଖାନ୍ । କରୋନାକୁ ମୁକାବିଲା କରିବା ପାଇଁ ସେ ପିଏମ୍ କେୟାର୍ସ ଫଣ୍ଡରେ ଡୋନେସନ୍ ଦେଇଥିବା ସ୍ପଷ୍ଟ କରିଛନ୍ତି ।
Comments are closed.