Latest Odisha News

BREAKING NEWS

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ?

ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ କଙ୍କାଳଗୁଡିକ ୧୮୫୦ରୁ ୧୮୬୦ ମଧ୍ୟରେ ମାଟି ତଳେ ପୋତାଯାଇଥିଲା । ଉକ୍ତ ସ୍ଥାନରେ ୩୫୦ଟି ଛୋଟଛୋଟ କବର ଥବାବେଳେ କିଛି ପଶୁମାନଙ୍କର କଙ୍କାଳ ମଧ୍ୟ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ମିଳିଥିବା କଙ୍କାଳଗୁଡିକ ୩୦ବର୍ଷ କିମ୍ବା ତାଠୁ କମ୍ ବୟସର ହୋଇଥାଇପାରେ । ଏତେ ସଂଖ୍ୟକ ହାଡ ଏକାଠି ମିଳିଥିବାରୁ କୌଣସି ମହାମାରୀ ସମୟରେ ଏପରି ଘଟିଥିବା ନେଇ ବିଶେଷଜ୍ଞ ମତ୍ତ ଦେଇଛନ୍ତି ।

Leave A Reply

Your email address will not be published.