Latest Odisha News

BREAKING NEWS

ଶିଶୁ କବିତା : କେଁ କଟର

ଜ୍ୟୋତ୍ସ୍ନା ରାଣୀ ଦେବୀ

କେଁ କଟର କେଁ କଟର
ସାରୁ ବୁଦା ମୂଳେ ବେଙ୍ଗ ଅଠର
ହାତକୁ ଟାଣି
ନାଚୁଛନ୍ତି ପରା ତା ଧିନି ଧିନି ।

କକର୍ କଅ କକର୍ କଅ
କୁକୁଡ଼ା ଅଛନ୍ତି ସେଠାରେ ଛଅ
ଚୁଳ ହଲେଇ
ଗାଉଛନ୍ତି ନାଚି ଥେଇକି ଥେଇ ।

ମେଁ ମେଁ ସେଠି ପନ୍ଦର ଛେଳି
ଠେଲାପେଲା ହୋଇ କରନ୍ତି କଳି
ଗଧିଆ ଦେଖି
ଧାଇଁଗଲେ ଜଣେ ଆନକୁ ଡାକି ।

କୁହୁକୁହୁ ଗାଉଥିଲା କୋଇଲି
ଗଛଡାଳେ ନିଜ ବଡିମା ବୋଲି
ଆସିଲା କୁଆ
କୋଇଲି ଧାଇଁଲା ହୋଇ ଛାନିଆ ।

ଭୋ ଭୋ ଭୋ ହୋଇ କୁକୁର
କହିଲା କାହିଁକି ହୁଅ ଅଧିର
ରହିବା ମିଶି
ହସିବ ଜଙ୍ଗଲ ହୋଇବା ଖୁସି ।

ବ୍ରହ୍ମପୁର, ଗଂଜାମ

Comments are closed.