Latest Odisha News

BREAKING NEWS

Browsing Category

ଶିଶୁ କବିତା

ଶିଶୁ କବିତା : ଆହା କି ସୁନ୍ଦର ଲାଗେ

ପ୍ରତିଭା ସାହୁ  ଆହା କି ସୁନ୍ଦର ଲାଗେ ସୁନେଲି ସୂରୁଯ ନୀଳ ଆକାଶେ ଦେଖିଲେ ଇନ୍ଦ୍ରଧନୁ ମୂରୁଯ । ଆହା କି ସୁନ୍ଦର ଲାଗେ ପାହାଡ଼ି ଝରଣା ରାତ୍ରିର ଆକାଶେ ହସେ ଜହ୍ନର ଜୋଛନା । କେରୀ କେରୀ ଵଉଳର ମିଠା ମିଠା ବାସ୍ନା ମଧୁର ଜଳରେ ମେଣ୍ଟେ ସଭିଙ୍କର ତୃଷ୍ଣା । ଭଲ ଲାଗେ…

ଶିଶୁ କବିତା : ବଗକୁ ପାନେ

 ସୁପ୍ରିୟା ପଣ୍ଡା ବଗ ବସିଥିଲା ଗଛର ଡାଳରେ ଗାଡ଼ିଆ ଆଡ଼କୁ ଚାହିଁ ମାଛଟିଏ ଯଦି ମୁଣ୍ଡ ଦେଖେଇବ ଖବ୍ କି ଧରିବ ଯାଇ। ପୋକ ଜୋକ ଖାଇ ଚିଟା ଲାଗିଲାଣି ଲୋଡ଼ା ଆଇଁଷ ଟିକିଏ ଗୋଟିଏ ଲୟରେ ଚାହିଁକି ବସିଛି ଦେଖାଯିବ ମାଛଟିଏ । ଘଣ୍ଟାଏ ବସିଲା ଦୁଇଘଣ୍ଟା ଗଲା କିଛି ଦେଖାଗଲା…

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ ଆସରେ ପିଲେ ଆସ ମୁହଁରେ ଫୁଟାଇ ହସ ନୂଆ ରାଇଜେ ଅଛି ତୁମ ପାଇଁ କେତେ ରସ କେତେ ବାସ... । ତୁମେ ଆମ ସାହସ ତୁମେ ହିଁ ଗଢ଼ ଦେଶ ନଥିବ ଯହିଁ ଟିକିଏ ହେଲେ ହିଂସା କି ବିଦ୍ୱେଷ ।। ହାତରେ ହାତ ରଖ ମନରେ ମନ ଯୋଖ ମଣିଷପଣିଆ ଜୟଗାନ କରି ମିଶିକି ରହିବା ଶିଖ।।…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…

ଶିଶୁ କବିତା : ଯାତରା ଦେଖା

ପୂଣ୍ୟପ୍ରଭା ଦେବୀ  ବୁଢ଼ା ଡାକି କହେ ବୁଢୀ ଲୋ ପିନ୍ଧିନେ ଭଲ ଶାଢୀ ଲୋ ବୁଲିବାକୁ ଯିବା ଝୁଲଣ ଯାତରା କିଣିବା ତୋ ପାଇଁ ଚୁଡ଼ି ଲୋ। ବୁଢ଼ା ବୁଢୀ ହୋଇ ସାଥିରେ ଗଲେ ସେ ଝୁଲଣ ରାତିରେ ଦେଖିଲେ ବସିଛି ଦୋକାନ ବଜାର କିଣା ବିକା ନାନା ଜାତିରେ। ବୁଢ଼ା ସିନା ନେଲା ବୁଢ଼ୀକି…

ଶିଶୁ କବିତା : ନୂଆ ବରଷ ହେ ଆସ

ସଚ୍ଚିଦାନନ୍ଦ କର ଆସିବ ଆସିବ ତୁମ କଥା ସତେ ମନରେ ନ ଥିଲା କେବେ ଶୀତ ମିତ ଠାରୁ ତୁମରି ଆସିବା ଖବର ପାଇଲୁ ଏବେ ତୁମେ ତ ଆସୁଛ ବୋଲି ଫୁଲତୋଡା ହାତେ ଚାହିଁଛୁ ତୁମକୁ ଦୁଆର ରଖିଛୁ ଖୋଲି ।। ନୂଆ ବରଷ ହେ ଆସିଲେ ଦେଖିବ କେତେ ଯେ ଲାଗିଛୁ ଆମେ ବଣଭୋଜି ହୁଏ ଲାଗିଛି ବି କିଏ ଘର…

ଶିଶୁ କବିତା : ଶୀତ ପାଇଁ ଗୀତ

ତରୁଣ କୁମାର ମିଶ୍ର କାଲୁଆ ଥଣ୍ଡାଟା କାହୁଁ ଏଥେ ମାଡ଼ି ଆସିଛି , ଦାନ୍ତ ବାଜେ ଠକ ଠକ ଦେହ ଥରି ଯାଉଛି । ସକାଳେ ଉଅଁଇ ସୂର୍ଯ୍ଯ ହୋଇ ଅତି ମଠୁଆ , ସଞ୍ଜ ନ ହେଉଣୁ ଲୁଚେ ଲାଗେ ଯେଣୁ ଶୀତୁଆ । କୁହୁଡ଼ି କାକର ଘେରା ସକାଳକୁ ଦେଖିଲେ , ଡର ଆସଇ ମନରେ ବସୁ ଜାକି ଜୁକି ରେ ।…

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର ଅତି ଖୁସିରେ ବିଭୋର ହୋଇ ଟିକି ପରଜାପତି , ଫୁଲ ଉପରେ ବସିଛି ଦେଖ ଦିଅଇ ପରା ହସି । ଗାଉଛି ଗୀତ ମନ ଆନନ୍ଦେ ଫୁଲ ବି ଝୁଲେ ଧୀରେ , ଫୁଲ ସାଥିରେ ପରଜାପତି ଝୁଲଇ ଗଛ ପରେ । ଦେହ ତାହାର କେଡ଼େ ସୁନ୍ଦର ଫୁଲରୁ ଫୁଲ ଉଡ଼ି , ଶୋଷଇ ମହୁ ଦେହରୁ ତା' ର…

ଶିଶୁ କବିତା : ଆସିଛି ହେମନ୍ତ କାଳ

ରାଜ କିଶୋର ନାୟକ ଭିଜା ସକାଳର ମୁକୁତା ବିନ୍ଦୁରେ ହସୁଛି ନୂଆ ସକାଳ ହେମ ହେମ ଲାଗେ ଦେହ ଆଉ ମନ ଆସିଛି ହେମନ୍ତ କାଳ ।। ନବ ଦୁର୍ବାଦଳ ନବୀନ ପୁଲକେ ଦିଶୁଛନ୍ତି କେଡେ ତୋରା ବାଧା ନାହିଁ କିଛି ଅଧା ରହିବାକୁ ଏଇତ ନୀବନ ଧାରା ସାଧବ ବୋହୁଏ ନାଲି ପାଟ ପିନ୍ଧି ବୁଲିଲେଣି ମାଳ…

ଶିଶୁ କବିତା : ଧାନକ୍ଷେତ

ତରୁଣ କୁମାର ମିଶ୍ର ଆହା କି ସୁନ୍ଦର ସୁନାର ଫସଲ ପବନରେ ଦୋଳାୟିତ , କାକର ଭିଜାରେ ପୂର୍ଣ୍ଣଗଭା ହୋଇ ଖିଲି ଖିଲି ହସେ କ୍ଷେତ । ସବୁଜ ପତ୍ରର ସମ୍ଭାରରେ ଥାଇ ସୁନେଲି ଧାନର କେଣ୍ଡା , କ୍ଷେତକୁ ହସାଏ ମନ ମୋହିନିଏ ତା' ର ରୂପକାନ୍ତି ଆଭା । ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି…