ପୁଣ୍ୟପ୍ରଭା ଦେବୀ 
ମରାମତ ପାଇଁ ଜୋତାରୁ ପଟେ
କାଲିଠୁଁ ନେଇଛି ମୋଚି
ଏତେବେଳ ହେଲା ଦେଇନି ଆସି
ଆଜି ଇସ୍କୁଲ ଅଛି।
ରବି ପିନ୍ଧିଲାଣି ପେଣ୍ଟଜାମା
ଦେଲାଣି କେବେଠୁଁ ଖାଇ
ଘଡିକୁ ଘଡି ସେ ଦେଖୁଚି ବାଟ
ଦେଖୁଛି ଦାଣ୍ଡକୁ ଯାଇ।
ଇସ୍କୁଲ ବେଳ ହେଲାଣି ଆସି
ଅଥିର ଭାବୁଛି ରବି,
ଗୋଟିଏ ପାଦରେ ପଟିଏ ଜୋତା
ପିନ୍ଧି ମୁଁ କଣ ଯିବି ?
ହସିକି ତାହେଲେ ସେସବୁ ପିଲା
ମାରିବେ ତ ମତେ ତାଳି,
ଖାଲି ଗୋଡ କରି ଯିବି ମୁଁ ଯଦି
ପାଦେ ଲାଗିଯିବ ମଳି ।
ଏତିକି ବେଳକୁ ଦେଖିଲା ରବି
ବାଟରେ ଯାଉଛି ହରି
ହାତରେ ଧରିଛି ଦୁଇଟି ବାଡ଼ି
ଚାଲୁ ଅଛି ଥିରି ଥିରି ।
ଚାଲି ପାରେନାହିଁ ପିଲା ଦିନରୁ
ପୋଲିଓ ରୋଗରେ ପଡି,
ତଥାପି ଦିନେ ବି ନ ବସି ଘରେ
ଇସ୍କୁଲ ଯାଏ ପଢି ।
ମୁଁ କାହିଁକି ତେବେ ରହିବି ଘରେ
ଜୋତା ନାହିଁ ବୋଲି ମୋର
ଖାଲି ଗୋଡ଼ରେ ସେ ଦୌଡ଼ି ଗଲା
ଇସ୍କୁଲକୁ ତରତର।
Comments are closed.