Latest Odisha News

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ

ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ ।
ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ ପହଞ୍ଚିଗଲା ଖୁସିରେ ଗୁଣୁ ଗୁଣୁ ହୋଇଗୀତ ଗାଉଥାଏ । ସେ ନିଜକୁ ବଡ ସଂଗୀତଜ୍ଞ ଭାବୁ ଥାଏ ।ଏତିକି ବେଳେ ପୁରୁଷ ମହୂମାଛି ବୁଲି ବୁଲି ଆସି ମହୂ ଫେଣା ପାଖରେ ପହଞ୍ଚିଲା। ମଶାକୁ ଦେଖିଲା ଓ ତା ଗୀତ ଗାଇବା ଶୁଣି ଖୁସି ହେଲା ।

ମହୁମାଛି ଖୁସି ହେବାର ଦେଖି ମଶା ଆଉ ନିଜ ଆଡୁ କହିଲା ଭାଇ ମୁଁ ତୁମ ପିଲାମାନଙ୍କୁ ଗୀତ ଶିଖାଇବି ।ତା ବଦଳରେ ଟିକେ ମୋତେ ମହୁଫେଣାରୁ ମହୁ ଦେବ । ପୁରୁଷ ମହୂମାଛି ଖୁସି ହେଇ ମହୂମାଛିକୁ କହିଲା, ହଇହେ ଶୁଣୁଛ ଆମ ପିଲାମାନଙ୍କୁ ଗୀତ ଶିଖାଇବା ପାଇଁ ସଂଗୀତଜ୍ଞ ଆସିଛନ୍ତି
ଟିକେ ମହୁ ଦେଲେ ପିଲା ମାନଙ୍କୁ ଗୀତ ଶିଖାଇବେ ବହୁତ ଭଲ ହେବ ।

ମାଆ ମହୂମାଛି ଭାବିଲା, ଲୋକଙ୍କ ହାତ ଚାପୁଡାରେ ମଶାରଜୀବନ ଯାଉଛି ; ଏ କେଉଁଠି ସଂଗୀତଜ୍ଞ ହେଲା ! କେବଳ ମହୂ ଫେଣାରୁ ମହୁ ନେବା ଲୋଭରେ ମିଛ କହୁଛି । ଦରକାର ନାହିଁ ତା ପାଖରେ ମୋ ପିଲା ଗୀତ ଶିଖିବେ । ତାଙ୍କ ଇଛା ଥିଲେ ନିଜେ ଶିଖିବେ ନିଜ ଗୋଡରେ ନିଜେ ଠିଆହେବେ ତାଙ୍କୁ ଏ ମିଛୁଆ ମଶା ପାଖରୁ ଦୂରେଇ ରଖିବି। ସେଥିପାଇଁ ସେ କହିଲା , ହଉ ହଉ ମହୁ ନେଇକି ଯାଉଛି , ହେଲେ ଆମ ପିଲାମାନେ ତାଙ୍କୁ ନିଜେ ଖୁଆଇଦେବେ ।

ଏକଥା ଶୁଣି ମଶା ଡରିଗଲା । ମହୁ ଖୁଆଇବା ବଦଳରେ ଯଦି କୁନି ମହୁମାଛି କାମୁଡି ଦିଅନ୍ତି ସେ ଆଉ କୁଆଡ଼କୁ ହେବ ନାହିଁ । ଡରି ମାରି ସେଇଠୁ ସେ ଉଡ଼ି ପଳେଇଲା ।

 

Comments are closed.