Latest Odisha News

BREAKING NEWS

Browsing Tag

Saradsashi

ଶିଶୁ କବିତା : ବିଷୁବ ସଂକ୍ରାନ୍ତି ଆସିଛି

କୁଞ୍ଜବିହାରୀ ସାହୁ ଦେଖରେ ଦେଖରେ ବିଷୁବ ସଂକ୍ରାନ୍ତି ଆସିବାର ଦେଖି ବସନ୍ତ ପବନଟା ଏବେ ଉଭେଇଗଲାଣି ତାତି ଖରା ଟାଣେ ପଣତ । ଝାଞ୍ଜି ବହିଲାଣି ସହି ହେଉନାହିଁ ବିଷୁବର ଟାଣଖରାରେ, ପଣା ପିଇବାରେ ମଜା ରହିଅଛି ଏଇ ବଇଶାଖୀ ଧରାରେ । ବିଷୁବରେଖାକୁ ଡେଇଁ ଡେଇଁ ଗଲା ଉତ୍ତର…

ଶିଶୁ କବିତା : ଆମ ପାଠାଗାର

ଗଦାଧର ସାହୁ ଆମ ପାଠାଗାର ଜ୍ଞାନ ଭଣ୍ଡାର, ସଜା ହୋଇଥାଏ ବହି ପତର, ଆସରେ ଆସ ହୋଇ ହରଷ ପଢିବା ଆସ, ପଢିଲେ ହୋଇବା ଭଲ ମଣିଷ । ପାଠାଗାରେ ପାଠ ଭଳିକି ଭଳି, ପାଠ ପାଠ ମଧ୍ଯେ ନଥାଏ କଳି, ଭାଷା ସାହିତ୍ୟ ପାଟି ଗଣିତ ସଭିଙ୍କ ମିତ, ଭୂଗୋଳ ଦେଖାଏ ସାରା ଜଗତ ।…

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ପ୍ରତିଭା ସାହୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି । ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ…

ଶିଶୁ ଗଳ୍ପ : ଏମିତି ପୁଅ ଜଗତେ ସାର

କୁଞ୍ଜ ବିହାରୀ ସାହୁ ମିଟୁ ବୋଉର ଦେହ ଭଲନାହିଁ । ମିଟୁ ହୋଲି ଖେଲିବାକୁ ଇଛା କଲାନି । ଦି ଚାରିଦିନ ତଳେ କୋହଲା ପାଗ ହେଇଥିଲା । ଝିପିଝିପି ମେଘ ବରଷୁଥିଲା । ଫଗୁଣ ମାସରେ ଏମିତି ପାଗ ହେବ ବୋଲି ସେ ଜାଣିନଥିଲା । ତଥାପି ତା ବୋଉ ପାଇଁ ଏମିତି ମେଘୁଆ ପାଗରେ ମେଡିସିନ ଦୋକାନରୁ…

ଶିଶୁ କବିତା : ଆହା କି ସୁନ୍ଦର ଲାଗେ

ପ୍ରତିଭା ସାହୁ  ଆହା କି ସୁନ୍ଦର ଲାଗେ ସୁନେଲି ସୂରୁଯ ନୀଳ ଆକାଶେ ଦେଖିଲେ ଇନ୍ଦ୍ରଧନୁ ମୂରୁଯ । ଆହା କି ସୁନ୍ଦର ଲାଗେ ପାହାଡ଼ି ଝରଣା ରାତ୍ରିର ଆକାଶେ ହସେ ଜହ୍ନର ଜୋଛନା । କେରୀ କେରୀ ଵଉଳର ମିଠା ମିଠା ବାସ୍ନା ମଧୁର ଜଳରେ ମେଣ୍ଟେ ସଭିଙ୍କର ତୃଷ୍ଣା । ଭଲ ଲାଗେ…

ଶିଶୁ କବିତା : ତୁମେ ଆମର ଭବିଷ୍ୟ

ବନ୍ଦିତା ଦାଶ ଆସରେ ପିଲେ ଆସ ମୁହଁରେ ଫୁଟାଇ ହସ ନୂଆ ରାଇଜେ ଅଛି ତୁମ ପାଇଁ କେତେ ରସ କେତେ ବାସ... । ତୁମେ ଆମ ସାହସ ତୁମେ ହିଁ ଗଢ଼ ଦେଶ ନଥିବ ଯହିଁ ଟିକିଏ ହେଲେ ହିଂସା କି ବିଦ୍ୱେଷ ।। ହାତରେ ହାତ ରଖ ମନରେ ମନ ଯୋଖ ମଣିଷପଣିଆ ଜୟଗାନ କରି ମିଶିକି ରହିବା ଶିଖ।।…

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର ଅତି ଖୁସିରେ ବିଭୋର ହୋଇ ଟିକି ପରଜାପତି , ଫୁଲ ଉପରେ ବସିଛି ଦେଖ ଦିଅଇ ପରା ହସି । ଗାଉଛି ଗୀତ ମନ ଆନନ୍ଦେ ଫୁଲ ବି ଝୁଲେ ଧୀରେ , ଫୁଲ ସାଥିରେ ପରଜାପତି ଝୁଲଇ ଗଛ ପରେ । ଦେହ ତାହାର କେଡ଼େ ସୁନ୍ଦର ଫୁଲରୁ ଫୁଲ ଉଡ଼ି , ଶୋଷଇ ମହୁ ଦେହରୁ ତା' ର…

ଶିଶୁ କବିତା : ଆସିଛି ହେମନ୍ତ କାଳ

ରାଜ କିଶୋର ନାୟକ ଭିଜା ସକାଳର ମୁକୁତା ବିନ୍ଦୁରେ ହସୁଛି ନୂଆ ସକାଳ ହେମ ହେମ ଲାଗେ ଦେହ ଆଉ ମନ ଆସିଛି ହେମନ୍ତ କାଳ ।। ନବ ଦୁର୍ବାଦଳ ନବୀନ ପୁଲକେ ଦିଶୁଛନ୍ତି କେଡେ ତୋରା ବାଧା ନାହିଁ କିଛି ଅଧା ରହିବାକୁ ଏଇତ ନୀବନ ଧାରା ସାଧବ ବୋହୁଏ ନାଲି ପାଟ ପିନ୍ଧି ବୁଲିଲେଣି ମାଳ…

ଶିଶୁ କବିତା : କାର୍ତ୍ତିକ ଚାଲିଛି ବୋଲି

ତରୁଣ କୁମାର ମିଶ୍ର ଫୁଲଝରି ଧରି ମାଙ୍କଡ଼ ନାଚୁଛି ଭାଲୁ ଖେଳେ ଲୁଚକାଳି , ହାତୀ ପିଠି ପରେ ବାଘ ମାମୁଁ ବସି ଆନନ୍ଦେ ବଜାଏ ତାଳି । କୁକୁର ମୁଣ୍ଡରେ ହେଲମେଟ ବାନ୍ଧି ସ୍କୁଟି ଚଲାଉଛି ଦେଖ , ତା ପଛରେ ବସି ଛେଳି ମହାନନ୍ଦେ ଚୋବାଉଛି ବରପତ୍ର । ବିଲେଇ ନାନୀ ତ ସେଲଫି ଉଠାଏ…

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ  ଭାରତ ଆମର ଘର, ଆମେସବୁ ସୁନାଫୁଲ ହାତରେ ମିଶାଇ ହାତ ଗାଇବା ଏକତା ଗୀତ ଶୁଣିବକି ତୁମେସବୁ କୁହ ଏଥର ଛୋଟିଆ ଆମର ସ୍ଵପ୍ନ ଆମେ ନୋହୁଁ କେହି ଭିନ୍ନ ମନରେ ମିଶାଇ ମନ ଶାନ୍ତିର ବାରତା ଗାନ ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧। ଛୋଟ ବୋଲି କହିଦେଇ ଆମକୁ ଏଡ଼ାଇ ଦେଇ…