Latest Odisha News

BREAKING NEWS

ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର । କବିତା ‘ସେତେ ବେଳକୁ ନଥିବି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନିତ୍ୟାନନ୍ଦଙ୍କୁ ପୁରସ୍କାର ସ୍ୱରୁପ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । କୋଭିଡ କଟକଣା ଭିତରେ ପୁରସ୍କାରର ୪୧ ତମ ସଂସ୍କରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସେହିପରି କଳାକାର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଏବଂ ସଙ୍ଗୀତକାର ରଣଜିତ କୁମାରଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି । ଉଭୟଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.