Latest Odisha News

BREAKING NEWS

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା , ଶର୍ମିଷ୍ଠାଙ୍କ କାର୍ ଜବତ, ଅପହରଣରେ ବ୍ୟବହାର ହୋଇଥିବା ସନ୍ଦେହ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କ କାର ଭୁବନେଶ୍ୱରରୁ ଜବତ ହୋଇଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ କାର ମିଳିଛି । ମାନସଙ୍କ ଅପହରଣ ମାମଲାରେ ଏହି କାର ବ୍ୟବହାର ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ଗାଡି ମିଳିବା ପରେ ଏହି କାରକୁ ଯାଞ୍ଚ କରିବା ପାଇଁ ଭୁବନେଶ୍ୱର ଆସୁଛି ଚାନ୍ଦବାଲି ପୋଲିସର ଏକ ସ୍ପେଶାଲ ଟିମ୍ । ତେବେ ଏହି କାର ମିଳିବା ପରେ ଆପାର୍ଟମେଣ୍ଟର ସିକ୍ୟୁରିଟ ଗାର୍ଡ ନିଜର ବୟାନ ଦେଇଛନ୍ତି । ସେ କାର ବାବଦରେ କିଛି ନ କହି ସେ କହିଛନ୍ତି ଅବସରପ୍ରାସ୍ତ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ଏଠାକୁ ବାରମ୍ବାର ଆସୁଥିଲେ । କିନ୍ତୁ ସେ ରେଜିଷ୍ଟାରରେ ସିଗ୍ନେଚର କରୁନଥିଲେ । ଶର୍ମିଷ୍ଠା ସିକ୍ୱିରିଟି ଗାର୍ଡଙ୍କୁ ଏନେଇ ତାଗିଦ ମଧ୍ୟ କରିଥିଲେ । ହେଲେ ଏପର୍ଯ୍ୟନ୍ତ ଶର୍ମିଷ୍ଠାର ଟେର ପାଉନି ପୋଲିସ ।

 

Leave A Reply

Your email address will not be published.