Latest Odisha News

BREAKING NEWS

ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା

ରାଉଲକେଲା: ପଞ୍ଚାୟତର ମଙ୍ଗ ଧରିବା ପାଇଁ ୮ ସରପଞ୍ଚ ପ୍ରାର୍ଥୀ ଦେଲେ ପରୀକ୍ଷା । ସେମାନଙ୍କ ମଧ୍ୟରୁ ୩ ଜଣ ପାସ୍ ହେଲେ । ଏଭଳି ରୋଚକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତ ମାଲପୁଡ଼ା ଗ୍ରାମରେ । ଏହି ନିଆରା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

କୁତ୍ରା ପଞ୍ଚାୟତରେ ସର୍ବମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀକରି ଗ୍ରାମରେ ଯୋରଦାର ପ୍ରଚାର କରୁଛନ୍ତି । ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାରର ଋଣ କୌଶଳ କରୁଛନ୍ତି । ହେଲେ ଗ୍ରାମବାସୀଙ୍କ ପାଖରେ ସେମାନଙ୍କର କୌଣସି ଋଣ କୌଶଳ କିଛି କାମ ଦେଇନି । ଏଥିପାଇଁ ସେମାନଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିଛି ।

୯ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଲିଖିତ ପରୀକ୍ଷା ଦେବାକୁ ରାଜି ହୋଇଥିଲେ କିନ୍ତୁ ଜଣେ ରାଜି ହୋଇ ନଥିଲେ। ୮ ଜଣଙ୍କ ମଧ୍ୟରୁ ୩ ଜଣ ଲିଖିତ ପରୀକ୍ଷାରେ ପାସ୍ କରିଥିଲେ ।

Comments are closed, but trackbacks and pingbacks are open.