Latest Odisha News

IPL ମହା ନିଲାମୀ : ଭାରତୀୟଙ୍କ ମଧ୍ୟରେ ଶ୍ରେୟସ, ଇଶାନ ଓ ଶାର୍ଦ୍ଦୁଳଙ୍କ ବେଶ୍ ଚାହିଦା

ଦିଲ୍ଲୀ: ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ ।  ଖେଳାଳିଙ୍କର ନିଲାମୀରେ ଅନେକ ବଡ ଚେହେରା ରହିଛନ୍ତି ।ସେମାନଙ୍କ ମଧ୍ୟରେ ମୋଟ ୨୨୭ ଜଣ ବିଦେଶୀ ଖେଳାଳି ରହିଛନ୍ତି ।  ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ଆୟର, ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ବେଶ୍ ଚାହିଦା ରହିଛି । ଶିଖର ଧାୱନଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ନେଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ ।

ସେପଟେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କୁ ୫ କୋଟିରେ ନେଇଛି ରାଜସ୍ଥାନ ରୟାଲ୍ସ । ଶ୍ରେୟସ୍ ଆୟର୍ ଙ୍କୁ ୧୨.୨୫ କୋଟି ଟଙ୍କାରେ ନେଲା କେକେଆର୍ (କୋଲକାତା ନାଇଟ୍ ରାଇଡର୍ସ) । ଏପର୍ଯ୍ୟନ୍ତ ସର୍ବାଧିକ ଟଙ୍କାରେ ଶ୍ରେୟସ୍ ଆୟର୍ ଙ୍କୁ ନେଲା କେକେଆର୍ ।

ଏହାପରେ ଟ୍ରେଣ୍ଟ୍ ବୋଲ୍ଟଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି ଟଙ୍କାରେ ନେଇଛି । ମହମ୍ମଦ୍ ସାମିଙ୍କୁ ନେଲା ଚଳିତ ବର୍ଷରେ ଏଣ୍ଟ୍ରି କରିଥିବା ନୂତନ ଟିମ୍ ଗୁଜୁରାଟ ଟାଇଟନ୍ସ । ସାମିଙ୍କୁ ଗୁଜୁରାଟ ୬.୨୫ କୋଟି ଟଙ୍କାରେ ନେଇଛି ।

ଅନ୍ୟପଟେ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ ନେଇଛି କୋଲକାତା । କଜିଶୋ ରବାଡ଼ାଙ୍କୁ ୯.୨୫ କୋଟିରେ ନେଲା ପଞ୍ଜାବ ସୁପର୍ କିଙ୍ଗସ୍ ।

ପରବର୍ତ୍ତୀ ଖେଳାଳି ରହିଛନ୍ତି ଫାଫ୍ ଡୁ ପ୍ଲେସିସ୍ । ଫାଫ୍ ଡୁପ୍ଲେସିସ୍ ଙ୍କୁ ୭ କୋଟି ଟଙ୍କାରେ ନେଇଛି ବେଙ୍ଗାଲୁରୁ(ଆରସିବି) ।

ଏହାପରେ ରହିଛନ୍ତି ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର୍ । ଡେଭିଡ୍ ୱାର୍ନର୍ ଙ୍କୁ ୬ ଲକ୍ଷ ୨୫ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ସେହିପରି ଭାରତୀୟ ସ୍ପିନର୍‌ ଆର୍‌. ଅଶ୍ବିନୀଙ୍କୁ ୫ କୋଟି ଟଙ୍କାରେ ‘ରାଜସ୍ଥାନ ରୟାଲ୍‌’କୁ ବିକ୍ରୟ କରାଯାଇଛି।

ଦକ୍ଷିଣ ଆଫ୍ରିକାର ୱିକେଟ୍‌ ରକ୍ଷକ କ୍ବିନ୍‌ଟନ୍‌ ଡି କକ୍‌ଙ୍କୁ ୬.୭୫ କୋଟି ଟଙ୍କାରେ କିଣିଛି ‘ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌’। ଅଷ୍ଟ୍ରେଲିଆର ଓପେନର୍‌ ଡେଭିଡ୍‌ ୱର୍ଣ୍ଣର୍‌ଙ୍କୁ ୬.୨୫ ‌କୋଟି ଟଙ୍କାରେ କ୍ରୟ କରିଛି ‘ଦିଲ୍ଲୀ କ୍ୟାପିଟାଲ୍‌ସ୍‌’।

Comments are closed, but trackbacks and pingbacks are open.