ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ବନ୍ଦ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ଫଳରେ ନିର୍ବାଚନ ବାତିଲ ହୋଇଛି । କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା କରିଥିଲେ ।
ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ତାଙ୍କ ସ୍ୱାମୀ ସରୋଜ ବେହେରା ଘରକୁ ଫେରି ନମିତାଙ୍କ ଶୋଇବା ଘର କବାଟ ବାଡେଇଥିଲେ । ସେ ନ ଶୁଣିବାରୁ କବାଟକୁ ଧକ୍କା ମାରି କବାଟ ଖୋଲିବା ବେଳେ ଅଚେତ ଅବସ୍ଥାରେ ପାଇଥିଲେ ।
ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ନମିତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପଞ୍ଚାୟତରେ ସରପଞ୍ଚ ଭୋଟକୁ ବାତିଲ କରାଯାଇଛି ।
ସେପଟେ ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ସେ ସୂର୍ୟ୍ୟ ଚିହ୍ନରେ ନିର୍ବାଚନ ଲଢୁଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
Comments are closed.