Latest Odisha News

BREAKING NEWS

ଦୁଇ ଓଟିଭି କର୍ମଚାରୀ ଗିରଫ

ଭୁବନେଶ୍ୱର: ସାରୁଆ ଜମି ବିବାଦରେ ଗିରଫ ହେଲେ ଓଟିଭିର ଦୁଇ କର୍ମଚାରୀ । ଇଂଜିନିୟର ଓ ସୁପରଭାଇଜରଙ୍କୁ ପୋଲିସ ଗିରଫ କରିଛି । ଠିକା କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଆଜି ସାରୁଆ ଅଂଚଳରେ ଠିକା କର୍ମଚାରଙ୍କୁ ଓଟିଭିର ଇଂଜିନିଅର ଓ ସୁପର ଭାଇଜର ଧମକ ଚମକ ଦେଇଥିଲେ । ଏଥିସହ ସ୍ଥାନୀୟ ଲୋକଙ୍କୁ ଧମକାଇ ସାଧା ପେପରରେ ଦସ୍ତଖତ ଦେବାକୁ ଚାହିଁଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଏଥିରେ ରାଜି ହୋଇନଥିଲେ । ପରେ ବାଧ୍ୟ ହୋଇ ଓଟିଭି ଏହି ଦୁଇ କର୍ମଚାରୀ ବେଆଇନର ରାସ୍ତା ଆପଣାଇଥିଲେ ।

ଏହି ଘଟଣାରେ ପୋଲିସ ଇଂଜିନିଅର ଦୀନବନ୍ଦୁ ସମନ୍ତରାୟ ଓ ସୁପର ଭାଇଜର ବିଶ୍ୱଜିତ ରାଉତରାୟଙ୍କୁ ଗିରଫ କରିଛି । ଦୁଇ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି କର୍ମଚାରୀଙ୍କ ନାଁରେ ବାଘମାରୀ ଥାନାରେ ଏତଲା ଦିଆଯାଇଥିଲା । ଏତଲା ବଳରେ ଆଜି ଦୁହିଁଙ୍କୁ ଗିରଫ କରିଛି ପୋଲିସ  ।

Leave A Reply

Your email address will not be published.