Latest Odisha News

ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି, କ୍ଲିନଚିଟ୍ ଦେଲା ଇସି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତିକୁ କ୍ଲିନଚିଟ୍ ଦେଲେ ନିର୍ବାଚନ କମିଶନର । ବିଜେପିର ମାଗଣା କରୋନା ଟିକା ପ୍ରତିଶ୍ରୁତି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଆଜି ନିର୍ବାଚନ କମିଶନର କହିଛନ୍ତି ।

ନିକଟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଓ ଏଭଳି ପ୍ରତିଶ୍ରୁତି ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ତେବେ ନିର୍ବାଚନ କମିଶନ ଆଚରଣ ବିଧି ଆଇନ ପାର୍ଟ ଭିଆଇଆଇଆଇ ଅନୁଯାୟୀ ବିଜେପି କୌଣସି ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି। ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ଜାରି କରିଥିବା ନ୍ୟାୟ ସ୍କିମକୁ ମଧ୍ୟ ଏହି ଆଧାରରେ ନିର୍ବାଚନ କମିଶନ କ୍ଲିନଚିଟ୍ ଦେଇଥିଲେ।

ଅକ୍ଟୋବର ୨୨ରେ ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବିଜେପି ଓ ଜେଡିୟୁ ବିହାରରେ କ୍ଷମତା ବଜାୟୀ ରଖିଲେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବ।

Leave A Reply

Your email address will not be published.