Latest Odisha News

BREAKING NEWS

ଆଉ ନାହାନ୍ତି ‘ଜେମ୍ସ ବଣ୍ଡ’

ଲଣ୍ଡନ: ସାତ ସାତ ଥରର ‘ଜେମ୍ସ ବଣ୍ଡ’ ଆଉ ନାହାନ୍ତି । କିମ୍ବଦନ୍ତୀ ହଲିଉଡ ଅଭିନେତା ସିନ୍ କନେରୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସହ ଅଭିନେତା ଭାବେ ସିନ୍ କନେରୀ ଓସ୍କାର ପୁରସ୍କାର ଜିତିଥିଲେ । ଏଥିସହ ୨ଟି ବାଫ୍ଟା ଓ ୩ଟି ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ମଧ୍ୟ ପାଇଥିଲେ ସେ ।

୧୯୮୭ରେ ‘ଦ ଅନ୍‌ଟଚେବଲ୍ସ’ ଫିଲ୍ମରେ ଆଇରିସ୍ ପୋଲିସ ଭୂମିକାରେ ନିପୁଣ ଅଭିନୟ ପାଇଁ ତାଙ୍କୁ ଆକାଡେମୀ ଆୱାର୍ଡ ମିଳିଥିଲା । ୧୯୬୨ରୁ ୧୯୮୩ ମଧ୍ୟରେ ହଲିଉଡର ବହୁ ଚର୍ଚ୍ଚିତ ସିରିଜ ‘ଜେମ୍ସ ବଣ୍ଡ’ରେ ସେ ଅଭିନୟ କରିଥିଲେ । ‘ଜେମ୍ସ ବଣ୍ଡ’ ସିରିଜର ୭ଟି ଫିଲ୍ମରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ ।

କନେରୀଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ହେଲା, ‘ ଦ ହଣ୍ଟ ଫର୍ ରେଡ୍ ଅକ୍ଟୋବର’, ‘ଇଣ୍ଡିଆନା ଜୋନ୍ସ ଆଣ୍ଡ ଦ ଲାଷ୍ଟ କ୍ରୁସେଡ୍‌’, ‘ମର୍ଡର ଅନ୍ ଦ ଓରିଏଣ୍ଟେ ଏକ୍ସପ୍ରେସ’, ‘ଦ ରକ୍‌’, ‘ଡକ୍ଟର ନୋ’, ‘ୟୁ ଓନ୍‌ଲି ଲାଇଭ୍ ଟ୍ୱାଇସ୍‌’, ‘ଡାଇମଣ୍ଡସ୍ ଆର୍ ଫରେଭର’ ଏବଂ ‘ନେଭର ସେ ନେଭର ଏଗେନ୍‌’ ।

Leave A Reply

Your email address will not be published.