ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା।
ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍) ନିର୍ଦ୍ଦେଶକ ପଦରୁ ନିହାର ରଂଜନ ଭୁୟାଁ ଇସ୍ତଫା ଦେଇଛନ୍ତି। ଏହାବ୍ୟତୀତ ସେ ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଏଫଓ) ଅତିରିକ୍ତ ଦାୟିତ୍ବ ମଧ୍ୟ ଛାଡ଼ିଦେଇଛନ୍ତି।
ଏସମ୍ପର୍କରେ ଓଟିଭିର ଏଚଆର ମୁଖ୍ୟ ପାର୍ଥ ନନ୍ଦୀ କହିଛନ୍ତି, “ସରକାରୀ ଚାପ ଯୋଗୁଁ ନିହାର ଇସ୍ତଫା ଦେଇଥିବା ନେଇ ଆଶଙ୍କା ରହିଛି। ତାଙ୍କ ପତ୍ନୀ ଜଣେ ସରକାରୀ କର୍ମଚାରୀ ଥିବାରୁ ସେ ଚାପରେ ଇସ୍ତଫା ଦେଇଥାଇପାରନ୍ତି। ”
Comments are closed.