Latest Odisha News

BREAKING NEWS

ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ

ନୂଆଦିଲ୍ଲୀ: ଭାରତୀୟ ହାଇଜମ୍ପର ସର୍ବେଶ କୁଶାରେ ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଛନ୍ତି । ମୋନାକୋ ଡାଇମଣ୍ଡ ଲିଗରେ ସେ ପ୍ରଥମ ଭାରତୀୟ ଭାବେ ହାଇଜମ୍ପରେ ଏହି ସଫଳତା ହାସଲ କରିଛନ୍ତି । ୩୧ ବର୍ଷୀୟ ସର୍ବେଶ ୨.୨୬ ମିଟର ଜମ୍ପ କରି ତୃତୀୟ ସ୍ଥାନ ହାତେଇଥିଲେ । ଡାଇମଣ୍ଡ ଲିଗରେ ସେ ଓଭରାଲ ୪ର୍ଥ ଭାରତୀୟ ଭାବେ ଟପ ଥ୍ରୀରେ ରହିଛନ୍ତି । ତାଙ୍କ ପୂର୍ବରୁ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ୧୩ ଥର, ଲଙ୍ଗଜମ୍ପରେ ମୂରଲୀ ଶ୍ରୀଶଙ୍କର ଥରେ ଏବଂ ଡିସକସ ଥ୍ରୋରେ ବିକାଶ ଗୌଡ ୨ ଥର ଏହି ସଫଳତା ହାସଲ କରିଛନ୍ତି ।

ସର୍ବେଶ ଏହା ପୂର୍ବରୁ ଭୂବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ୨.୩୧ ମିଟର ସହ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସର୍ବେଶ ପ୍ରଥମ ଉଦ୍ୟମରେ ୨.୧୨ ଏହା ପରେ ୨.୧୬, ୨.୨୦ ଓ ୨.୨୩ ମିଟର ଡେଇଁଥିଲେ । ୫ମ ଉଦ୍ୟମରେ ସେ ୨.୨୬ ମିଟର ପାର କରିପାରି ନ ଥିଲେ । ୟୁକ୍ରେନର ବିଶ୍ୱ ଇଣ୍ଡୋର ଚାମ୍ପିୟନ ଓଲେହ ଡୋରୋଶଚୁକ ୨.୩୨ ଓ ବ୍ରିଟେନର ଜ୍ୟାକ କିମାନୀ ୨.୩୦ ମିଟର ସହ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ  ।

Leave A Reply

Your email address will not be published.