Latest Odisha News

BREAKING NEWS

ଯୁବକଙ୍କ ଉପରେ ଚଢିଗଲା ଟ୍ରଲର, ମୃତ ଦେହ ରଖି କାରଖାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଧୁତୁରାସ୍ଥିତ ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ଯବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁ‌ର୍ଯ୍ୟୋଧନ ବାଗ(୨୬) । ସେ ନିଜ ଗାଁକୁ ଫେରୁଥିବାବେଳେ, ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ କରିବା ସହ ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ପରିସରରେ ପ୍ରବେଶ କରି ବ୍ୟାପକ ଭଙ୍ଗା ରୁଜା କରିଛନ୍ତି ।

ତେବେ ଦୁ‌ର୍ଯ୍ୟୋଧନ ବାଗ ଆଜି ଅପରାହ୍ନରେ ଅର୍ଡା ସମବାୟ ସମିତିରୁ ସାର ଓ କୀଟନାଶକ ଔଷଧ ନେଇ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସିମେଣ୍ଟ କାରଖାନା ଫାଟକ ନିକଟସ୍ଥ ରେଳ ଫାଟକ ପାର ହେଉଥିବାବେଳେ, ତାଙ୍କ ଉପରେ ସିମେଣ୍ଟ କାରଖାନାରୁ ବାହାରୁଥିବା ଏକ ଟ୍ରେଲର (ଓଡ଼ି୨୧ଏସ୬୬୬୩) ଚଢିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଦୁର୍ଘଟଣା ପରେ ପରିବାର ଲୋକଙ୍କ ସମେତ ଧୁତୁରା ଓ ଚମ୍ପାପଡ଼ା ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ରାସ୍ତାରୋକ ଓ ଧାରଣାରେ ବସିଥିଲେ। କିଛି ଉତ୍ତ୍ୟକ୍ତ ବ୍ୟକ୍ତି କାରଖାନା ପରିସରକୁ ପଶି ସମ୍ପତ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିବା ସହ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

Leave A Reply

Your email address will not be published.